Advertisment

ପୂଜକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଉଦ୍ଧାର

କିଛି ବର୍ଷ ପୂର୍ବରୁ ରମେଶଙ୍କ ସ୍ତ୍ରୀ ଓ ପୁଅଙ୍କର ମୃତ୍ୟୁ ଘଟିଥିଲା।

ଅଦ୍ୟତନ ହୋଇଛି
murder

murder

Advertisment

ପୂଜକଙ୍କ ହାତଗୋଡ଼ ବନ୍ଧା ମୃତଦେହ ଘରୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି କୋରାପୁଟ ଟାଉନ୍ ଥାନା ଅଧୀନ ସହରର ବାଟମଙ୍ଗଳା ଛକ ନିକଟରେ। ମୃତ ପୂଜକ ଜଣଙ୍କ ହେଲେ ରମେଶ ଚନ୍ଦ୍ର ତ୍ରିପାଠୀ। ରମେଶ ବାଟମଙ୍ଗଳା ଛକ ନିକଟରେ ଥିବା ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୂଜା କରୁଥିଲେ।

Advertisment

ଆଜି ସକାଳେ ରମେଶଙ୍କ ହାତଗୋଡ଼ ବନ୍ଧା ମୃତଦେହ ଘରେ ପଡ଼ିଥିବା ଜଣେ ବ୍ୟକ୍ତି ଦେଖିଥିଲେ। ଏନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ଏନେଇ ପୁଲିସକୁ ଖବର ଦେଇଥିଲେ।

ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରମେଶଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ସନ୍ଦେହ କରୁଛି। ରମେଶଙ୍କ ମୃତଦେହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କ ଘରର ଜିନିଷ ପତ୍ର ଏତେତେଣେ ପଡ଼ିଥିଲା।

Advertisment

କିଛି ବର୍ଷ ପୂର୍ବରୁ  ରମେଶଙ୍କ ସ୍ତ୍ରୀ ଓ ପୁଅଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଏକ ମାତ୍ର ଝିଅର ବିବାହ ହୋଇଯାଇଛି। ରମେଶ ଘରେ ଏକୁଟିଆ ରହୁଥିଲେ।

ଅତିରିକ୍ତ ଏଏସପି ବଳଭଦ୍ର ଦୀପ କହିଛନ୍ତି ଯେ, ପୂଜକ  ଆତ୍ମହତ୍ୟା ନାହାନ୍ତି। ତାଙ୍କୁ ହତ୍ୟା କରାଯାଇଛି। ଘଟଣା ତଦନ୍ତ କରାଯାଉଛି।  ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଧରାଯିବ।

Murder Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe