Advertisment

ପୁଲିସ ପତ୍ନୀଙ୍କୁ ହତ୍ୟା ଉଦ୍ୟମ କରି ପୁଲିସ ସ୍ୱାମୀ ନିଲମ୍ବିତ

ଏହି ଘଟଣା ପରେ ଫେରାର ହୋଇଯାଇଛନ୍ତି ରିଜର୍ଭ କନଷ୍ଟେବଲ ଜ୍ୟୋତି ପ୍ରଧାନ ଫେରାର ହୋଇଯାଇଛନ୍ତି। ତାଙ୍କର ଜଣେ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି।

author-image
Jitendra Garnayak
Police Couple

Police Couple

ପୁଲିସ ପତ୍ନୀଙ୍କୁ ହତ୍ୟା ଉଦ୍ୟମ କରି ନିଲମ୍ବିତ ହେଲେ ପୁଲିସ ସ୍ୱାମୀ। ନିଲମ୍ବିତ ପୁଲିସ କର୍ମଚାରୀଙ୍କ ନାଁ ଜ୍ୟୋତି ପ୍ରଧାନ। ସେ ରିଜର୍ଭ କନଷ୍ଟେବଲ ଭାବେ କାର୍ଯ୍ୟ କରନ୍ତି। ବଲାଙ୍ଗିର ଏସପି ତାଙ୍କୁ ନିଲମ୍ବନ କରିଛନ୍ତି। 

Advertisment

ଗତ ୮ ତାରିଖ ସନ୍ଧ୍ୟାରେ ତୁଷୁରା ଥାନା ସମରା ଗାଁରୁ ଏକ ବାହାଘର କାର୍ଯ୍ୟକ୍ରମ ସାରି ଜ୍ୟୋତି ପ୍ରଧାନ ତାଙ୍କ ସ୍ତ୍ରୀ କନଷ୍ଟେବଳ ନୂପୁର ବିଶ୍ୱାଳଙ୍କ ସହିତ ବାଇକରେ ଫେରୁଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ଭିତରେ ବଚସା ହୋଇଥିଲା। ପରେ ଜ୍ୟୋତି ନିଜର ଆଉ ଜଣେ ସହଯୋଗୀ ଜଗନ୍ନାଥ ପ୍ରଧାନଙ୍କ ସହିତ ମିଶି ନୂପୁରକୁ ପଥର ଛେଚି ହତ୍ୟା ଉଦ୍ୟମ କରିଥିଲେ।

ସେହି ସମୟରେ ସ୍ଥାନୀୟ ଲୋକେ ଦେଖି ନେଇଥିଲେ। ସେମାନେ ପାଟିତୁଣ୍ଡ କରି ଘଟଣାସ୍ଥଳକୁ ଆସିବାରୁ ଉଭୟ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ନୂପୁର ବଲାଙ୍ଗିରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ଏହି ଘଟଣା ପରେ ଫେରାର ହୋଇଯାଇଛନ୍ତି ରିଜର୍ଭ କନଷ୍ଟେବଲ ଜ୍ୟୋତି ପ୍ରଧାନ ଫେରାର ହୋଇଯାଇଛନ୍ତି। ତାଙ୍କୁ ପୁଲିସ ଖୋଜୁଛି। ଅନ୍ୟପକ୍ଷରେ ତାଙ୍କର ସହଯୋଗୀ ଜଗନ୍ନାଥ ପଧାନକୁ ଗିରଫ କରି କୋର୍ଟଚାଲାଣ କରିଛି ତୁଷୁରା ପୁଲିସ। 

Police