Advertisment

ସମ୍ବଲପୁରରୁ ପଶ୍ଚିମବଙ୍ଗ ନମ୍ବର ଥିବା ଧାନ ବୋଝେଇ ଟ୍ରକ ଜବତ; ଡ୍ରାଇଭର ଫେରାର

ଧନକଉଡ଼ା ବ୍ଲକ ସାତୁପାଲି ନିକଟରୁ ଜବତ କରିଛି ଯୋଗାଣ ବିଭାଗ।

author-image
Tapaswini Nayak
Truck Sized

Truck Sized

ସମ୍ବଲପୁରରୁ ଜବତ ହୋଇଛି ପଶ୍ଚିମବଙ୍ଗ ନମ୍ବର ଥିବା ଧାନ ବୋଝେଇ ଟ୍ରକ। ଧନକଉଡ଼ା ବ୍ଲକ ସାତୁପାଲି ନିକଟରୁ ଯୋଗାଣ ବିଭାଗ ଜବତ କରିଛି । ଘଟଣାସ୍ଥଳରେ ଗାଡ଼ି ଛାଡି ଡ୍ରାଇଭର ଫେରାର୍  ହୋଇଥିବା ସୂଚନା ମିଳିଛି।

Advertisment

ପଶ୍ଚିମବଙ୍ଗର WB33-B-0145 ନମ୍ବର ଥିବା ଧାନ ବୋଝେଇ ଟ୍ରକକୁ ଦେଖିଥିଲେ ସ୍ଥାନୀୟ ଚାଷୀ। ଆନ୍ତଃ ରାଜ୍ୟ ଧାନ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଯୋଗାଣ ବିଭାଗକୁ ଖବର ଦେଇଥିଲେ। ଯୋଗାଣ ବିଭାଗ ଅଧିକାରୀ, ଧନକଉଡ଼ା ବ୍ଲକ ଯୋଗାଣ ନିରୀକ୍ଷକ  ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ଧାନ ଓ ଟ୍ରକର ମାଲିକ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଅଞ୍ଚଳର ଜଣେ ବ୍ୟକ୍ତି ଦାବି କରୁଛନ୍ତି। ସେ ଗାଡ଼ି ଡକ୍ୟୁମେଣ୍ଟ ଦେଖାଇଥିଲେ ମଧ୍ୟ ଧାନ ସମ୍ପର୍କିତ କୌଣସି କାଗଜପତ୍ର ଦେଖାଇ ପାରି ନାହାନ୍ତି। ଯୋଗାଣ  ବିଭାଗ ଧାନ ବୋଝେଇ ଟ୍ରକକୁ କର୍ଡୋଲା  ପଞ୍ଚାୟତର ଏକ ରାଇସ୍ ମିଲରେ ରଖିଛି। କାଗଜପତ୍ର ଜବତ  କରି ଅଧିକ ଖୋଳତାଡ କରୁଛି ଯୋଗାଣ ବିଭାଗ। ତେବେ ଏନେଇ ଟ୍ରକ୍ ମାଲିକ କି ଯୋଗାଣ ବିଭାଗର 
ପ୍ରତିକ୍ରିୟା ମିଳିପାରି ନାହିଁ।   

Advertisment
Sambalpur