ରକ୍ତରେ ଚାଲିଲା ହୋଲି ଖେଳ | Odisha Reporter
ହୋଲିରେ ଗଡ଼ିଲା ମୁଣ୍ଡ। ପୂର୍ବ ଶତ୍ରୁତା ନେଲା ରକ୍ତାକ୍ତ ସଂଘର୍ଷର ରୂପ। ରଙ୍ଗ ବଦଳରେ ବୋହିଲା ରକ୍ତର ନଦୀ। ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି। କଟକ ଜିଲ୍ଲା ଆଠଗଡ଼ରେ ଆଜି ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ସୁରେନ୍ଦ୍ରପାଟଣା ମୁଣ୍ଡିଆସାହିର ଚିନ୍ତାମଣି ବେହେରା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
