Advertisment

ଅନାସ୍ଥା ପ୍ରସ୍ତାବ ନୋଟିସ ପରେ ବିଷ ପିଇ ଦେଲେ ସରପଞ୍ଚ

ସରପଞ୍ଚ ଉର୍ମିଳା ସେଠଙ୍କ ବିରୋଧରେ ୧୫ ଜଣ ୱାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।

Sarapancha

Sarapancha

Advertisment

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ତାଳପାଲି ପଞ୍ଚାୟତର ସରପଞ୍ଚ ଉର୍ମିଳା ସେଠଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିବା ବେଳେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ଆଜି ବିଷ ପିଇ ଦେଇଛନ୍ତି। ତାଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।

Advertisment

ସରପଞ୍ଚ ଉର୍ମିଳା ସେଠଙ୍କ ବିରୋଧରେ ୧୫ ଜଣ ୱାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଆସନ୍ତା ୧୨ ତାରିଖରେ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ। ଏଥିପାଇଁ ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ସରପଞ୍ଚ ଉର୍ମିଳା ସେଠୀ ଓ ୧୫ ୱାର୍ଡ ମେମ୍ବରଙ୍କୁ ଚିଠି ଲେଖାଯାଇ ୧୨ ତାରିଖ ଦିନ ୧୦ଟା ବେଳେ ତାଳପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ବୈଠକ ଗୃହରେ ଉପସ୍ଥିତ ରହିବାକୁ କୁହାଯାଇଛି। ଗାଇସିଲେଟ ତହସିଲଦାରଙ୍କ ଅଧ୍ୟକ୍ଷତାରେ ଏଠାରେ ବୈଠକ ଅନୁଷ୍ଠିତ ହୋଇ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ।

ଅନାସ୍ଥା ପ୍ରସ୍ତାବ ଆଗତ ଜନିତ ନୋଟିସ୍ ପାଇବା ପରେ ସରପଞ୍ଚ ଉର୍ମିଳା ସେଠ ଆଜି ବିଷ ପିଇ ଦେଇଥିଲେ ବୋଲି ତାଙ୍କ ପୁଅ ରାହୁଲ ସେଠ ଅଭିଯୋଗ କରିଛନ୍ତି।

Advertisment

ତାଳପାଲି ପଞ୍ଚାୟତର ୧୫ ଜଣ ୱାର୍ଡ ମେମ୍ବରମାନେ ଅଭିଯୋଗ କରିଛନ୍ତି ଯେ ଉର୍ମିଳା ସେଠା ସରପଞ୍ଚ ହେଲା ଦିନଠାରୁ ମନମୁଖୀ କାର୍ଯ୍ୟ କରିଆସୁଛନ୍ତି। ସେ ପଞ୍ଚାୟତର ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ବେଳେ କେବେ ହେଲେ ୱାର୍ଡ ମେମ୍ବରମାନଙ୍କୁ ଗୁରୁତ୍ୱ ଦେଇ ନାହାନ୍ତି। ସରପଞ୍ଚଙ୍କ ସ୍ୱାମୀ ନିରାକାର ସେଠ ପ୍ରତିଦିନ ମଦ ପିଇ ପଞ୍ଚାୟତ ଅଫିସକୁ ଆସୁଛନ୍ତି ଓ ୱାର୍ଡ ମେମ୍ବରମାନଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଧମକ ଚମକ ମଧ୍ୟ ଦେଉଛନ୍ତି। ଅନ୍ୟପକ୍ଷରେ ସରପଞ୍ଚ ଉର୍ମିଳା ସେଠ ତାଙ୍କ ବିପକ୍ଷରେ ଆସିଥିବା ଏସବୁ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି।

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe