Advertisment

୫୭ କେଜି ଗଞ୍ଜେଇ ସହ ସ୍କର୍ପିଓ ଜବତ

ଗଞ୍ଜେଇ ମାଫିଆଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ।

author-image
Biswajit Samal
ଅଦ୍ୟତନ ହୋଇଛି
Accused

Accused

ଗଞ୍ଜେଇ ମାଫିଆଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଝାରଖଣ୍ଡର ଅରମାନ ଖାନ୍ ଓ ରାଉରକେଲାର ଅଲତାଫ୍ ରାଜ୍। ସେମାନଙ୍କଠାରୁ 57 କେଜି ଗଞ୍ଜେଇ ସହିତ ଏକ ସ୍କର୍ପିଓ ଜବତ କରାଯାଇଛି। 

Advertisment

ଏକ ସ୍କର୍ପିଓରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଏହା ପରେ କଦଳୀଗଡ଼ ଆଡ଼ୁ ଆସୁଥିବା ଗୋଟିଏ ସ୍କର୍ପିଓକୁ ଏକ ପୁଲିସ୍ ଟିମ୍ ପିଛା କରିଥିଲା। ପୁଲିସ ଗାଡ଼ି ଦେଖି ଗଞ୍ଜେଇ ମାଫିଆମାନେ ଭୟଭୀତ ହୋଇଯାଇଥିଲେ। କୌଣସି ଉପାୟ ନପାଇ ରେଢ଼ାଖୋଲ ସହରର ଭୀମଭୋଇ ଆଦିକନ୍ଦ ମାର୍କେଟ କମ୍ପ୍ଲେକ୍ସ ଭିତରରେ ଗାଡ଼ିଟିକୁ ଛାଡ଼ି ଚମ୍ପଟ୍ ମାରିଥିଲେ ଗଞ୍ଜେଇ ମାଫିଆମାନେ।

ବହୁ ଖୋଜାଖୋଜି କରିବା ପରେ ରେଢ଼ାଖୋଲ କଲେଜ ଛକ ନିକଟରୁ ଜଣଙ୍କୁ ଓ ଅନ୍ୟ ଜଣଙ୍କୁ ମାହେଶ୍ୱରୀ ହସ୍ପିଟାଲ ନିକଟରୁ ଗିରଫ କରିଥିଲା ପୁଲିସ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। 

Advertisment
Ganja Seized