Advertisment

ଲାଞ୍ଚ ନେଉଥିବା ବେଳେ ଫସିଗଲେ ସେକ୍ସନ ଅଫିସର

ଲାଞ୍ଚ ନେଇ ଜନ୍ ୱିଲିୟମ ବରାଳ ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି।

author-image
Jitendra Garnayak
John William Barala

John William Barala

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲଦାରଙ୍କ ଅଫିସର ସେକ୍ସନ ଅଫିସର ଜନ୍ ୱିଲିୟମ ବରାଳ।

Advertisment

ଜମିଜମା ସଂକ୍ରାନ୍ତୀୟ କିଛି କାଗଜପତ୍ର ପାଇଁ ତହସିଲ ଅଫିସରେ ଆବେଦନ କରିଥିଲେ କଷଣଅଣ୍ଟା ଗାଁରେ ବିଘ୍ନେଶ ଦାସ। ତେବେ ସେଥିପାଇଁ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସେକ୍ସନ ଅଫିସର ଜନ୍ ୱିଲିୟମ ବରାଳ। ଏନେଇ ବିଘ୍ନେଶ ଦାସ ଭିଜିଲାନ୍ସକୁ ଜଣାଇଥିଲେ।

ଯୋଜନା ପ୍ରକାରେ ଆଜି ବିଘ୍ନେଶ ଦାସ ସେକ୍ସନ ଅଫିସର ଜନ୍ ୱିଲିୟମ ବରାଳଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଜନ୍ ୱିଲିୟମ ବରାଳ ଲାଞ୍ଚ ଅର୍ଥ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।

Advertisment

ଲାଞ୍ଚ ନେଇ ଜନ୍ ୱିଲିୟମ ବରାଳ ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।

ଅନ୍ୟପକ୍ଷରେ ସେକ୍ସନ ଅଫିସର ଜନ୍ ୱିଲିୟମ ବରାଳ କହିଛନ୍ତି ଯେ ଲାଞ୍ଚ ନେଇ ସେ କିଛି ଜାଣି ନାହାନ୍ତି। ଅଭିଯୋଗକାରୀ ତାଙ୍କୁ ଆଣି ଟଙ୍କା ଧରାଇ ଦେଲେ। ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।

Odisha Vigilance Vigilance Raid Vigilance Net