Advertisment

ନିର୍ବାଚନୀ ହିଂସା; ସୌମ୍ୟଙ୍କ ସମର୍ଥକଙ୍କୁ ବଦ୍ରିଙ୍କ ସମର୍ଥକଙ୍କ ମାଡ଼ ଅଭିଯୋଗ

ଗତକାଲି ରାତିରେ ବସନ୍ତଙ୍କୁ ସୌମ୍ୟରଞ୍ଜନ ଡାକ୍ତରଖାନାରେ ଦେଖା କରିଥିଲେ ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।

author-image
Tapaswini Nayak
Tension situation

Tension situation

କେନ୍ଦୁଝର ଘଷିପୁରା ନିର୍ବାଚନ ମଣ୍ଡଳୀର ପଣ୍ଡୁଆ ଗାଁରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ନିର୍ବାଚନକୁ ଗୋଟିଏ ଦିନ ବାକି ଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ସମର୍ଥକଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ ବସନ୍ତ ଚକ୍ର। ତାଙ୍କୁ ଗୁରୁତର ଅବସ୍ଥାରେ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ସୌମ୍ୟରଞ୍ଜନ ପଟ୍ଟନାୟକ ପଣ୍ଡୁଆ ଗାଁର ବସନ୍ତଙ୍କୁ ଦେଖାକରିବାକୁ ଯାଇଥିଲେ। ଏହାପରେ ଗତକାଲି ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକ ବସନ୍ତଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବସନ୍ତଙ୍କୁ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗତକାଲି ରାତିରେ ବସନ୍ତଙ୍କୁ ସୌମ୍ୟରଞ୍ଜନ ଡାକ୍ତରଖାନାରେ ଦେଖା କରିଥିଲେ ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହା ସହ ବଦ୍ରିଙ୍କ ସମର୍ଥକ ବସନ୍ତଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ। ପୁଲିସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳି ନାହିଁ। ଅନ୍ୟପକ୍ଷରେ ଗତକାଲି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରିଥିବା ଜଣାଯାଇଛି। ଏନେଇ ବଦ୍ରିନାରାୟଣ ପାତ୍ରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
Kendujhar 2024 General Election Odisha Assembly Election 2024