Advertisment

ଘର ପାଖରେ ଖେଳୁଥିବା ବେଳେ ୩ ବର୍ଷର ଶିଶୁପୁତ୍ର ନିଖୋଜ

ଶୁଭମଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

author-image
Jitendra Garnayak
Child

Child

ବାଲେଶ୍ୱର ଜିଲ୍ଲା ସୋର ଥାନା ରାଇପୁର ଗାଁରେ ଏକ ୩ ବର୍ଷର ଶିଶୁପୁତ୍ର ଘର ପାଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଗତକାଲି ନୂଆବର୍ଷର ପ୍ରଥମ ଦିନରେ ଘଟିଛି ଏହି ଘଟଣା।

Advertisment

ନିଖୋଜ ଶିଶୁ ଜଣଙ୍କ ହେଉଛନ୍ତି ରାଇପୁର ଗାଁର ମୋହନ ସାହୁଙ୍କ ପୁଅ ଶୁଭମ୍। ପରିବାର ଲୋକ ଓ ଗ୍ରାମବାସୀ ଗାଁର ବିଭିନ୍ନ ପୋଖରୀ, ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଏପରିକି ପୁଲିସ ଓ ଅଗ୍ନିଶମ ବାହିନୀ ଗାଁରେ ଥିବା ପୋଖରୀରେ ସର୍ଚ୍ଚ ଅପରେସନ କରିଥିଲେ। ତଥାପି ଶୁଭମଙ୍କ ପତ୍ତା ମିଳି ପାରି ନଥିଲା।

ଶୁଭମଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି। ପୁଲିସ୍ ସନ୍ଧାନୀ କୁକୁରର ସାହାଯ୍ୟ ନେଇଥିଲା। ସନ୍ଧାନୀ କୁକୁର ଘର ଠାରୁ ସିଧା ରେଳଷ୍ଟେସନ ଯାଏଁ ଯାଇଥିଲା।

Advertisment
Missing Child Missing Missing Son