/odisha-reporter/media/post_attachments/uploadimage/library/16_9/16_9_0/Knife_1708228059.jpg)
Knife
ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀ କାଟି ଦେଲା ସ୍ୱାମୀର ବେକ। ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବରିଗୁଡ଼ା ଗାଁରେ। ଆହତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରୋହିତ ପାତ୍ର (୪୫)।
ବରିଗୁଡ଼ା ଗାଁର ମଦନ ପାତ୍ରଙ୍କ ବଡ଼ ପୁଅ ରୋହିତ ପାତ୍ର ପ୍ରାୟ ସମୟରେ ମଦ ପିଇ ତାଙ୍କ ସ୍ତ୍ରୀ କସ୍ତୁରୀ ପାତ୍ରଙ୍କୁ ମାରପିଟ କରନ୍ତି। ଆଜି ସକାଳେ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଥା କଥା କଟାକଟି ହୋଇଥିଲା। ସେହି ସମୟରେ ଉତ୍କ୍ଷିପ୍ତ କସ୍ତୁରୀ ଏକ ଧାରୁଆ ଛୁରୀରେ ରୋହିତଙ୍କୁ ଆକ୍ରମଣ କରିଥିଲେ। ସେ ରୋହିତଙ୍କ ବେକ ଓ ପିଠିକୁ କାଟି ଦେଇଥିଲେ।
ଗାଁ ଲୋକେ ରୋହିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରୁଛି ଧରାକୋଟ ପୁଲିସ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
