Advertisment

ଠାକୁର ଘରେ ଦୀପରୁ ନିଆଁ ଲାଗି ମହିଳା ମୃତ!

ନିଆଁରେ ପୋଡ଼ି ଯାଇଥିବା ମହିଳାଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Fire

Fire

ଖୋର୍ଦ୍ଧା ଜିଲ୍ଲା ଜଟଣୀ ରଥିପୁର ଗ୍ରାମରେ ଅଘଟଣ। ଠାକୁର ଘରେ ପୂଜା କରୁଥିବା ବେଳେ ଦୀପ ନିଆଁରେ ଜଳି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

Advertisment

ମୃତ ମହିଳାଙ୍କ ନାଁ ରୀନା ପ୍ରଧାନ। ତାଙ୍କୁ ୫୨ ବର୍ଷ ହୋଇଥିଲା। ଆଜି ତାଙ୍କ ଘରେ କେହି ନଥିବା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସକାଳ ପ୍ରାୟ ୧୦ଟା ବେଳେ ରୀନା ଠାକୁର ଘରେ ପୂଜା କରୁଥିବା ବେଳେ ଘଟିଥିଲା ଏହି ଅଘଟଣ।

ଜଟଣୀ ପୁଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୁଲିସର ତଦନ୍ତ ଜାରି ରହିଛି।

Advertisment