/odisha-reporter/media/post_attachments/uploadimage/library/16_9/16_9_0/IMAGE_1718349149.jpg)
Indu and Payal
ସମ୍ବଲପୁରରେ ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି।
ଘଟଣାଟି ଘଟିଛି ଅଇଁଠାପାଲି ଥାନା ଦାନୀପାଲି ଅଞ୍ଚଳରେ। ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୯ଟା ବେଳେ ଇନ୍ଦୁ ଦାଶ ଓ ତାଙ୍କ ଝିଅ ପାୟଲ ଦାଶ ସେମାନଙ୍କ ଦୋକାନକୁ ଯାଉଥିଲେ। ସେମାନଙ୍କର ଏକ ଲେଡିଜ ଟେଲର ଦୋକାନ ଅଛି। ସେହି ସମୟରେ ଅଭିଯୁକ୍ତ ସୁରଜ ହାତୀ ଅତର୍କିତ ଭାବେ ସେମାନଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଜାଗାବାଡ଼ିକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା।
ଇନ୍ଦୁ ଓ ପାୟଲଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ପ୍ରଥମେ ସମ୍ବଲପୁର ସଦର ହସ୍ପିଟାଲକୁ ନିଆଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ପରେ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତ ସୁରଜ ହାତୀ ଫେରାର ହୋଇଯାଇଛନ୍ତି। ତାଙ୍କ ପରିବାରର ସଦସ୍ୟମାନେ ମଧ୍ୟ ଘରେ ନାହାନ୍ତି। ପୁଲିସ୍ ସେମାନଙ୍କୁ ଖୋଜାଖୋଜି କରୁଛି।
ସୂଚନାଯୋଗ୍ୟ, ଇନ୍ଦୁଙ୍କ ସ୍ୱାମୀ ମୋଜାଇକ ମିସ୍ତ୍ରୀ ଭାବେ କାମ କରୁଥିଲେ। ତେବେ ଅସୁସ୍ଥତା ହେତୁ ସେ ଆଉ କାମ କରିପାରୁ ନାହାନ୍ତି। ତେଣୁ ଇନ୍ଦୁ ଓ ତାଙ୍କ ଝିଅ ଏକ ଟେଲରିଂ ଦେକାନ ଦେଇଛନ୍ତି। ସେଥିରୁ ଯାହା ଉପାର୍ଜନ ହୁଏ, ସେଥିରେ ସେମାନଙ୍କ ପରିବାର ଚଳେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
