Advertisment

ସ୍ୱାମୀଙ୍କୁ ହତ୍ୟା ଘଟଣା: ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ମିଳିଲା ଆଜୀବନ ଜେଲ୍ ଦଣ୍ଡାଦେଶ

୨୦୧୩ ମସିହା ଅକ୍ଟୋବର ୧୯ ତାରିଖରେ ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ବ୍ରାହ୍ମଣପଡ଼ାରେ ଘଟିଥିଲା ଏହି ଘଟଣା।

author-image
Jitendra Garnayak
Court

Court

ସ୍ୱାମୀଙ୍କୁ ହତ୍ୟା ଘଟଣାରେ ସ୍ତ୍ରୀଙ୍କୁ ମିଳିଲା ଆଜୀବନ ଜେଲ୍‌ ଦଣ୍ଡାଦେଶ। ତାଙ୍କ ସହିତ ତାଙ୍କ ପ୍ରେମିକଙ୍କୁ ମିଳିଛି ଆଜୀବନ ଜେଲ୍ ଦଣ୍ଡାଦେଶ। ଏହି ଦୁଇ ଦୋଷୀ ହେଉଛନ୍ତି ସୀତୁ ପଣ୍ଡା (୩୭) ଓ ବିଶ୍ୱରଞ୍ଜନ ଗୁପ୍ତା (୪୩)। ଆଜୀବନ ଜେଲ୍ ଦଣ୍ଡାଦେଶ ସହିତ ସେମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା କରାଯାଇଛି। ଜୋରିମାନା ଅର୍ଥ ନଦେଲେ ସେମାନଙ୍କୁ ଅଧିକ ୬ ମାସ ଜେଲ୍‌ରେ ରହିବାକୁ ପଡ଼ିବ।  

Advertisment

୨୦୧୩ ମସିହା ଅକ୍ଟୋବର ୧୯ ତାରିଖରେ ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ବ୍ରାହ୍ମଣପଡ଼ାରେ ଘଟିଥିଲା ଏହି ଘଟଣା। ପ୍ରେମିକ ବିଶ୍ୱରଞ୍ଜନ ଗୁପ୍ତାଙ୍କ ସହିତ ମିଶି ସ୍ୱାମୀ ଗତିକୃଷ୍ଣ ପୁରୋହିତଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲେ ତାଙ୍କ ସ୍ତ୍ରୀ ସୀତୁ ପଣ୍ଡା। ଗତିକୃଷ୍ଣଙ୍କ ମୃତଦେହକୁ ସେମାନେ ହେମଗିରି ଥାନା ଅନ୍ତର୍ଗତ ଧନୁ ବାଉଁଶ ଜଙ୍ଗଲରେ ପୋତି ଦେଇଥିଲେ।

ତଦନ୍ତ ବେଳେ ପୁଲିସ୍ ସୀତୁ ପଣ୍ଡା ଓ ବିଶ୍ୱରଞ୍ଜନ ଗୁପ୍ତାଙ୍କ ଉପରେ ସନ୍ଦେହ ହୋଇଥିଲା। ସେ ଦିଗରେ ଅଧିକ ତଦନ୍ତ କରିବା ପରେ ଉଭୟଙ୍କୁ ଗିରଫ କରିଥିଲା ପୁଲିସ୍। ଜେରା ବେଳେ ଦୋଷ ସ୍ୱୀକାର କରିଥିଲା ବିଶ୍ୱରଞ୍ଜନ ଗୁପ୍ତା। ଏହି ମାମଲାରେ ୨୭ ଜଣଙ୍କ ସାକ୍ଷ୍ୟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ କୋର୍ଟ ସୀତୁ ପଣ୍ଡା ଓ ବିଶ୍ୱରଞ୍ଜନ ଗୁପ୍ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ମୃତ ଗତିକୃଷ୍ଣ ପୁରୋହିତଙ୍କ ଝିଅଙ୍କୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Advertisment
Murder Life Imprisonment