Advertisment

ଘରେ ପଶି ମା’-ପୁଅଙ୍କୁ ହାଣିଲେ

ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି।

Dead Body

Dead Body

Advertisment

ବ୍ରହ୍ମପୁର ସଦର ଥାନା ନାରାୟଣପୁର ଗାଁରେ ଘରେ ପଶି ଜଣେ ମହିଳା ଓ ତାଙ୍କ ଦୁଇ ପୁଅଙ୍କୁ ଖଣ୍ଡାରେ ହାଣି ଦେଇଛନ୍ତି ୩ରୁ ୪ ଜଣ ବ୍ୟକ୍ତି। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ମୃତକଙ୍କ ନାଁ ଦୁନିଆ ସାହୁ। ଆହତ ଦ୍ୱୟ ହେଲେ ଦୁନିଆଙ୍କ ମା’ କୁନି ସାହୁ ଓ ସାନ ଭାଇ ଆଲୋକ ସାହୁ।

ଆଜି ରାତି ପ୍ରାୟ ୮ଟା ବେଳେ ଏହି ଘଟଣା ଘଟିଛି। ତିନିରୁ ଚାରି ଜଣ ବ୍ୟକ୍ତି ଦୁନିଆ ସାହୁଙ୍କ ଘରେ ପଶିଥିଲେ। ସେମାନେ ପ୍ରଥମେ ଦୁନିଆଙ୍କୁ ହାଣି ଥିଲେ। ଏହି ସମୟରେ ତାଙ୍କ ମାଆ ଓ ଭାଇ ତାଙ୍କୁ ରକ୍ଷା କରିବାକୁ ଆସିଥିଲେ। ତେଣୁ ସେମାନେ ବି ଆକ୍ରମଣର ଶିକାର ହୋଇଥିଲେ।

Advertisment

ଘଟଣାସ୍ଥଳରେ ସଦର ଥାନା ପୁଲିସ୍ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ସେଠାରେ ଦୁନିଆ ସାହୁଙ୍କୁ ମୃତ ଘୋଷଣା କରାଯାଇଥିଲା।

ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଦୁନିଆଙ୍କ ନାଁରେ ଡକାୟତି, ଲୁଟ୍, ଅପହରଣ ଭଳି ମାମଲା ରହିଛି। ତାଙ୍କ ଆଖପାଖ ଗାଁର କିଛି ଲୋକ ମିଶି ତାଙ୍କୁ ଆକ୍ରମଣ କରିଥିବା ତାଙ୍କ ସାନ ଭାଇ ଆଲୋକ ସାହୁ ପୁଲିସ୍‌କୁ କହିଥିବା ଜଣାପଡ଼ିଛି। ଆଲୋକଙ୍କ ବୟାନ ଆଧାରରେ ପୁଲିସ୍ ଅଭିଯୁକ୍ତମାନଙ୍କୁ ଖୋଜି ବାହାର କରିବାକୁ ଅଭିଯାନ ଆରମ୍ଭ କରିଛି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe