Advertisment

ଜଙ୍ଗଲକୁ ବନ୍ଧୁକ ଧରି ଯାଉଥିଲେ ସ୍ୱାମୀ, ସ୍ତ୍ରୀ ଓ ଝିଅ ଛଡ଼ାଇ ନେବା ବେଳେ ଫୁଟିଗଲା ଗୁଳି, ତା’ପରେ...

ପୁଲିସ୍ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି।

Gun Fire

Gun Fire

Advertisment

ଦେଶୀ ବନ୍ଧୁକରୁ ଗୁଳିଫୁଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅଙ୍କ ଅବସ୍ଥା ଗୁରୁତର ଅଛି। ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ଥାନା ରଣପୁର ଗାଁରେ। ମୃତକ ମହିଳାଙ୍କ ନାଁ ଜେମା ଦେଇ ମାଝୀ। ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ତାଙ୍କ ଝିଅଙ୍କ ନାଁ ବିଦ୍ୟା ମାଝୀ।

Advertisment

ଗତକାଲି ଜେମା ଦେଇ ମାଝୀଙ୍କ ସ୍ୱାମୀ ବନ ମାଝୀ ଏକ ଦେଶୀ ବନ୍ଧୁକ ଧରି ଜଙ୍ଗଲକୁ ଯାଉଥିଲେ। କିନ୍ତୁ ଜେମା ଓ ତାଙ୍କ ଝିଅ ବିଦ୍ୟା ବାରଣ କରିଥିଲେ। ବନ ମାଝୀ ତାଙ୍କ ପତ୍ନୀ ଓ ଝିଅଙ୍କ କଥା ଶୁଣି ନଥିଲେ। ତେଣୁ ତାଙ୍କ ସ୍ତ୍ରୀ ଓ ଝିଅ ତାଙ୍କଠାରୁ ବନ୍ଧୁକ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ତା’ଭିତରେ ବନ୍ଧୁକରୁ ଗୁଳି ଫୁଟି ଯାଇଥିଲା।

ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିଲେ ଜେମର ଓ ବିଦ୍ୟା। ଜେମାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ଭବାନୀପାଟଣା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ବୁର୍ଲା ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ବିଦ୍ୟାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisment

ଥୁଆମୂଳ-ରାମପୁର ଥାନା ପୁଲିସ ବନ ମାଝୀଙ୍କୁ ଥାନାକୁ ନେଇ ପଚରାଉଚରା କରୁଥିବା ବେଳେ ବନ୍ଧୁକଟିକୁ ଜବତ କରିଛି। ଏହା ସତରେ ଏକ ଦୁର୍ଘଟଣା ନା ହତ୍ୟା ଘଟଣା, ସେ ନେଇ ପୁଲିସର ତଦନ୍ତ ଜାରି ରହିଛି। 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe