Advertisment

ପିଟିବା ପରେ ବିଷ ଦେଇ ସ୍ତ୍ରୀଙ୍କୁ ହତ୍ୟା

ପଙ୍କଜିନୀ ଓ ରୁଦ୍ରଙ୍କ ୩ ପୁଅଝିଅ ଅଛନ୍ତି। ସେମାନେ ଅନ୍ୟ ସ୍ଥାନରେ ରହନ୍ତି।

Accused

Accused

Advertisment

ପାରିବାରିକ କଳହକୁ ନେଇ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର କଟୁରାଖୋଲ ଗାଁରେ।

Advertisment

ମୃତ ମହିଳାଙ୍କ ନାଁ ପଙ୍କଜିନୀ କୋଲୋ (୩୮)। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ ରୁଦ୍ର କୋଲୋ। ପଙ୍କଜିନୀ ଓ ରୁଦ୍ରଙ୍କ ମଧ୍ୟରେ ପ୍ରାୟ ସବୁବେଳେ ଝଗଡ଼ା ହେଉଥିଲା। ଗତକାଲି ରାତିରେ ମଧ୍ୟ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରୁଦ୍ର ତାଙ୍କୁ ପିଟିଥିଲେ। ତା’ପରେ ସେ ପଙ୍କଜିନୀଙ୍କୁ ବିଷ ପିଆଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ଆଜି ସକାଳେ ପଙ୍କଜିନୀ ଘରୁ ବାହାରି ନଥିଲେ। ଏଣୁ ପଡ଼ୋଶୀଙ୍କର ସନ୍ଦେହ ହୋଇଥିଲା। ସେମାନେ ପଙ୍କଜିନୀଙ୍କ ଘରକୁ ଯାଇ ଦେଖିଲା ବେଳକୁ ତାଙ୍କ ମୃତଦେହ ପଡ଼ିଥିଲା। ଖବର ପାଇ କିସିଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ମୃତଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ପଙ୍କଜିନୀ ଓ ରୁଦ୍ରଙ୍କ ୩ ପୁଅଝିଅ ଅଛନ୍ତି। ସେମାନେ ଅନ୍ୟ ସ୍ଥାନରେ ରହନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe