/odisha-reporter/media/post_attachments/uploadimage/library/16_9/16_9_0/Puspa_1736668863.jpg)
Puspa
ଗଞ୍ଜାମ ଜିଲ୍ଲା ପାଟପୁର ଥାନା କଲରାପଦର ଗାଁରେ ଜଣ ମହିଳାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ପୁଷ୍ପା ସାହୁ। ପ୍ରାୟ ୧୦ ମାସ ତଳେ ଶେରଗଡ଼ ଥାନା ଚିକିଲି ଗାଁର ଗଙ୍ଗାଧର ସାହୁଙ୍କ ଝିଅ ପୁଷ୍ପା କଲରାପଦର ଗାଁର ପ୍ରଭାକର ସ୍ୱାଇଁଙ୍କ ପୁଅ ରାଜେନ୍ଦ୍ରଙ୍କୁ ବାହା ହୋଇଥିଲେ।
ଗଙ୍ଗାଧରଙ୍କ କହିବା ଅନୁଯାୟୀ, ବାହାଘର ସମୟରେ ଝିଅର ଶ୍ୱଶୁର ଘର ଲୋକଙ୍କ ଦାବି ମୁତାବକ ସମସ୍ତ ଜିନିଷ ଦିଆଯାଇଥିଲା। କିନ୍ତୁ ବାହାଘରର କିଛି ମାସ ପରେ ଯୌତୁକ ବାବଦକୁ ୨୦ ହଜାର ଟଙ୍କା ଦେବା ପାଇଁ ସେମାନେ କହିଥିଲେ। କିନ୍ତୁ ତାହା ଦିଆଯାଇପାରି ନଥିଲା। ସେଥିପାଇଁ ଶ୍ୱଶୁର ଘର ଲୋକେ ଝିଅକୁ ନିର୍ଯାତନା ଦେଇ ଆସୁଥିଲେ। ଆଉ ଶେଷରେ ଗତକାଲି ବିଳମ୍ବିତ ରାତିରେ ସେମାନେ ଝିଅକୁ ମାରି ଦେଇଥିବା ସେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ପୁଷ୍ପାଙ୍କ ଶ୍ୱଶୁର ଘର ଲୋକେ କହିଛନ୍ତି ଯେ ସେ ଆତ୍ମହତ୍ୟା କରିଛନ୍ତି। ପାଟପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତେବେ ପୁଷ୍ପାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହେବ।
ରପୋର୍ଟ- ଦିଗପହଣ୍ଡିରୁ ସତ୍ୟନାରାୟଣ ପାଢ଼ୀ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
