Advertisment

ସର୍ବସମ୍ମୁଖରେ ବିଧାୟିକାଙ୍କୁ ଛୁରା ମାଡ଼; ବନ୍ଧା ହେଲା ଅଭିଯୁକ୍ତ

ସର୍ବସମ୍ମୁଖରେ ଅତର୍କିତ ଭାବେ ଯୁବକଜଣକ ଏକ ଛୁରୀ ସାହାଯ୍ୟରେ ବିଧାୟିକାଙ୍କୁ ଆକ୍ରମଣ କରିଥିଲେ।

MLA

MLA

Advertisment

ବିଧାୟିକାଙ୍କୁ ଆକ୍ରମଣ କରି ଲହୁଲୁହାଣ କଲେ ନିଶାସକ୍ତ ଯୁବକ। ସର୍ବସମ୍ମୁଖରେ ଅତର୍କିତ ଭାବେ ଯୁବକଜଣକ ଏକ ଛୁରୀ ସାହାଯ୍ୟରେ ବିଧାୟିକାଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତଙ୍କୁ ପୁଲିସ୍‌ କାବୁ କରି ଘଟଣାର ଛାନଭିନ ଆରମ୍ଭ କରିଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଛତିଶଗଡ଼ର ଖୁଜ୍ଜିରେ ଘଟିଛି। ଆକ୍ରମଣରେ ଗୁରୁତର ହୋଇଥିବା ବିଧାୟିକାଜଣକ ହେଲେ ଛନ୍ନି ସାହୁ।

Advertisment

ଛନ୍ନି ସାହୁ ଗତକାଲି ଡୋଙ୍ଗରଗାଁ ଥାନା ଅଧୀନ ଜୋଧରା ଗାଁରେ ଏକ ସଭାରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ହିଁ ସେ ଆକ୍ରମଣର ଶିକାର ହୋଇଥିଲେ।

ଏନେଇ ଛନ୍ନି ସାହୁ କହିଛନ୍ତି, ମୁଁ ଜୋଧରା ଗାଁକୁ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲା। ଭୂମି ପୂଜନ ପରେ ପିଲାଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଁ ଉପସ୍ଥିତ ଥିବା ବେଳେ ଜଣେ ୨୧-୨୨ ବର୍ଷୀୟ ଯୁବକ ହଠାତ୍‌ ପଛ ପଟୁ ଆସି ଛଉରୀରେ ଅତର୍କିତ ଆକ୍ରମଣ କରିଥିଲା।

Advertisment

ଏହାପରେ ତୁରନ୍ତ ବିଧାୟିକାଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲ ନେଇଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ପର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଜଣାଯାଇଛି। ପୁଲିସ୍‌ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଆକ୍ରମଣ ପଛର କାରଣ ଜଣାପଡ଼ିନି।

ଛତିଶଗଡ଼ରେ ଏବେ କଂଗ୍ରେସ କ୍ଷମତାରେ ଥିବା ବେଳେ ତାଙ୍କ ଦଳର ଜଣେ ଜଣେ ବିଧାୟିକାଙ୍କ ଉପରେ ଏପରି ଆକ୍ରମଣ ଯୋଗୁ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବିଜେପି ଅଭିଯୋଗ କରିଛି। ବିଜେପି ଏହାକୁ ନିନ୍ଦା କରିବା ସହ ଏଥିନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛି। ଶାସକ ଦଳର ବିଧାୟିକା ରାଜ୍ୟରେ ସୁରକ୍ଷିତ ନ ଥିବା ବେଳେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ ବୋଲଇ ସେ ପଚାରିଛନ୍ତି।

Chhattisgarh Congress Mla Attack;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe