Advertisment

ଭିଡିଓ ଭାଇରାଲ କରିବା ଧମକ ଦେଇ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ବାନ୍ଧିଲା ପୁଲିସ୍‌

ନାବାଳିକାଜଣକ ଘରେ ଏକୁଟିଆ ଥିବା ଦେଖି ପଶିଗଲେ ଯୁବକ । ଆଉ ତାଙ୍କୁ ଜୋରଜବରଦସ୍ତ କଲେ ଦୁଷ୍କର୍ମ ।

Arrest

Arrest

Advertisment

ନାବାଳିକାଜଣକ ଘରେ ଏକୁଟିଆ ଥିବା ଦେଖି ପଶିଗଲେ ଯୁବକ । ଆଉ ତାଙ୍କୁ ଜୋରଜବରଦସ୍ତ କଲେ ଦୁଷ୍କର୍ମ । କେବଳ ସେତିକିରେ ସରିଲାନି କଥା। ଯୁବକଜଣକ ଦୁଷ୍କର୍ମ ଭିଡିଓ କରି ନାବାଳିକାଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଦେଲେ। ଏହାପରେ ଡରାଇ ଧରାଇ ପୁଣି ଥରେ ନାବାଳିକାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରିବା ବେଳେ ଯୁବକଙ୍କୁ ବାନ୍ଧିଛି ପୁଲିସ୍‌।

Advertisment

ଏପରି ଏକ ଘଟଣା କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଘଟିଛି। ଗିରଫ ଯୁବକଜଣକ ହେଲେ ସେହି ଗ୍ରାମର ମନୋଜ ନାୟକ ।

କିଛି ଦିନ ପୂର୍ବେ ନାବାଳିକାଙ୍କ ବାପାମା’ କେଉଁଆଡେ ଚାଲି ଯାଇଥିବା ବେଳେ ସେ ଘରେ ଏକୁଟିଆ ଥିଲେ। ଏହା ଦେଖି ମନୋଜ ତାଙ୍କ ଘରେ ପଶି ଯାଇଥିଲେ। ଏହାପରେ ସେ ନାବାଳିକାଙ୍କୁ ଭୟଭୀତ କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ ଓ ତାହାର ଭିଡିଓ ବି କରି ଦେଇଥିଲେ।

Advertisment

ପରେ ସେ ଉକ୍ତ ଭିଡିଓ ବ୍ଲାକମେଲ୍‌ କରିବାର ଧମକ ଦେଇ ନାବାଳିକାଙ୍କୁ ପୁଣି ଥରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଉକ୍ତ ସମୟରେ ନାବାଳିକାଜଣକ ଚିତ୍କାର କରିବାରୁ ପଡ଼ୋଶୀମାନେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ମନୋଜଙ୍କୁ ମାଡ଼ି ବସିଥିଲେ।

ନାବାଳିକାଙ୍କ ମା’ର ଏତଲା ଆଧାର ରେ ବାରଙ୍ଗ ପୁଲିସ୍ ଅଭିଯୁକ୍ତ ମନୋଜ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ନାବାଳିକାଙ୍କ ଡାକ୍ତରୀମାଇନା କରାଯାଇଛି।

Minor Raped Arrest Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe