Advertisment

ନାଳରୁ ମିଳିଲା ଯୁବକଙ୍କ ମୃତଦେହ

ଆଜି ସକାଳେ କୁନୁଙ୍କ ମୃତଦେହ ନାଳରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Tension situation

Tension situation

ରାସ୍ତାକଡ଼ ନାଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରା ତାରିଣୀ ଛକ ନିକଟରେ ଥିବା ଥିବ ନାଳରେ ଏହି ଅଘଟଣ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ କୁନୁ ବେହେରା। ତାଙ୍କ ଘର ପିଛୁଲି ଅଞ୍ଚଳର।

Advertisment

ଆଜି ସକାଳେ କୁନୁଙ୍କ ମୃତଦେହ ନାଳରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ତାଙ୍କ ମୃତଦେହ ନିକଟରେ ସାଇକେଲ ପଡ଼ିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ତେବେ କୁନୁଙ୍କର କିପରି ମୃତ୍ୟୁ ଘଟିଲା ତାହା ଜଣାପଡ଼ି ନାହିଁ। ମୁକୁଳା ନାଳରେ କୁନୁ ଭାରସାମ୍ୟ ହରାଇ ପଡ଼ି ଯାଇଥିବା ସନ୍ଦେହ କରାଯାଉଛି। କୁନୁଙ୍କ ପାଇଁ ପୂର୍ତ୍ତ ବିଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ପୂର୍ତ୍ତ ବିଭାଗ ନାଳ କରି ସେଥିରେ କୌଣସି ସ୍ଲାପ ନ ପକାଇବାରୁ ଏପରି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Advertisment
Ganjam Deadbody