Advertisment

ରାଜଧାନୀରୁ ଅପହୃତ ଯୁବକ ଠାବ; ପୁଲିସ କହିଲା ଅପହରଣ ପଛର ସତ

ପ୍ରିୟବ୍ରତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେଲବାହାଲିରେ।

Priyabrata Sahu

Priyabrata Sahu

Advertisment

ଭୁବନେଶ୍ୱରର ରସୁଲଗଡ଼ ଛକ ସ୍ଥିତ ଏସ୍‌ପ୍ଲାନେଡ ମଲ୍‌ ସମ୍ମୁଖରୁ ଇଣ୍ଟେରିୟର ଡିଜାଇନର ପ୍ରିୟବ୍ରତ ସାହୁଙ୍କ ଅପହରଣ ଅଭିଯୋଗ ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ। ଟଙ୍କା କାରବାର ମାମଲାରେ ତାଙ୍କୁ ଅପହରଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅପହରଣ ହୋଇଥିବା ସଂପୃକ୍ତ ଯୁବକଙ୍କୁ ଠାବ କରିଛି ପୁଲିସ।

Advertisment

ପୁଲିସର ସୂଚନା ଅନୁସାରେ, ପ୍ରିୟବ୍ରତ ପୂର୍ବରୁ ଜଣେ ଯୁବକଙ୍କଠାରୁ ୨୦ ଲକ୍ଷ ଟଙ୍କା ନେଇଥିଲେ। ତେବେ ସେହି ଟଙ୍କା ସେ ଆଉ ଫେରାଉ ନଥିଲେ। ସେହି କାରଣରୁ ତାଙ୍କୁ ଅପହରଣ କରାଯାଇଥିଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। 

ଗତକାଲି ସନ୍ଧ୍ୟାରେ ପ୍ରିୟବ୍ରତ ତାଙ୍କର ଜଣେ ବନ୍ଧୁ ଲୋକନାଥ ସାହୁଙ୍କ ସହିତ ଏସ୍‌ପ୍ଲାନେଡ୍‌ ମଲ୍‌ରେ ବୁଲାବୁଲି କରିଥିଲେ। ପରେ ସେମାନେ ଏସ୍‌ପ୍ଲାନେଡ୍‌ରୁ ବାହାରକୁ ଆସିବା ପରେ କିଛି ଯୁବକ ପ୍ରିୟବ୍ରତଙ୍କୁ ଗାଳିଗୁଲଜ କରିଥିଲେ। ଏହା ପରେ ଏକ କଳା ରଙ୍ଗର କାର୍‌ରେ ବସାଇ ନେଇ ଯାଇଥିଲେ। ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଥିଲା। ପ୍ରିୟବ୍ରତଙ୍କୁ କିଛି ଯୁବକ ଅପହରଣ କରି ନେଇଥିବା ତାଙ୍କ ବନ୍ଧୁ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଖୋଳତାଡ କରି ତାଙ୍କୁ ଉଦ୍ଧାର କରିଥିଲା।

Advertisment

ପ୍ରିୟବ୍ରତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେଲବାହାଲିରେ। ଦୁଇ ତିନି ବର୍ଷ ହେଲା ଭୁବନେଶ୍ୱରରେ ରହି ଇଣ୍ଟେରିୟର ଡିଜାଇନର କରୁଥିଲେ।

Bhubaneswar Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe