Advertisment

ଗୁପ୍ତାଙ୍ଗ କାଟି ଯୁବକଙ୍କୁ ହତ୍ୟା

ଆଜି ସକାଳେ ଚିତରଞ୍ଜନଙ୍କ ମୃତଦେହ କାଜୁ ତୋଟା ନିକଟରେ ପଡ଼ିଥିବା କିଛି ଗ୍ରାମବାସୀ ଦେଖିଥିଲେ।

author-image
Biswajit Samal
ଅଦ୍ୟତନ ହୋଇଛି
village people

village people

ଗୁପ୍ତାଙ୍ଗ କାଟି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଯୋଡ଼ାବନ୍ଧ ଗାଁରେ। ମୃତକଙ୍କ ନାଁ ଚିତ ରଞ୍ଜନ ସାହୁ (୪୩)।

Advertisment

ଚିତରଞ୍ଜନ ଗତକାଲି ସଂଧ୍ୟାରୁ ଘରକୁ ଫେରି ନଥିଲେ। ତେଣୁ ରାତିରେ ତାଙ୍କ ବଡ଼ ଭାଇ ସୀମାଞ୍ଚଳ ସାହୁ ଓ ଜେଜେବାପା ଦଣ୍ଡପାଣି ସାହୁ ଖୋଜାଖୋଜା କରିଥିଲେ। ହେଲେ ଚିତରଞ୍ଜନଙ୍କ ପତ୍ତା ମିଳି ନଥିଲା। ନିରାଶ ହୋଇ ସେମାନେ ଘରକୁ ଫେରି ଆସିଥିଲେ।

ଆଜି ସକାଳେ ଚିତରଞ୍ଜନଙ୍କ ମୃତଦେହ କାଜୁ ତୋଟା ନିକଟରେ ପଡ଼ିଥିବା କିଛି ଗ୍ରାମବାସୀ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଚେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି।

Advertisment
Murder