Victim
ବାପାମା’ଙ୍କ ସହିତ ରାକ୍ଷୀ କିଣିବାକୁ ବଜାର ଯାଇଥିଲେ ଜଣେ ଯୁବତୀ। ୪/୫ ଜଣ ଯୁବକ ବାଇକରେ ଆସି ତାଙ୍କୁ ଦୋକାନରୁ ଉଠାଇ ନେଇଥିଲେ। ଏନେଇ ଥାନାରେ ଏଫଆଇଆର ଦିଆଯାଇଥିଲେ ହେଁ ପୁଲିସ ମିସିଂ କେସ୍ ରୁଜୁ କରି ବସିଯାଇଥିବା ଅଭିଯୋଗ ହୋଇଛି।
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବଜାରରେ ଗତ ଶୁକ୍ରବାର ସନ୍ଧ୍ୟାରେ ଘଟିଛି ଏହି ଘଟଣା। ଅପହୃତ ହୋଇଥିବା ଯୁବତୀ ଜଣଙ୍କ ସୁଡ଼ସୁଡ଼ିଆ ଅଞ୍ଚଳର।
ଅପହୃତ ହୋଇଥିବା ଯୁବତୀଙ୍କ ମା’ କହିଛନ୍ତି, ମୁଁ, ମୋ ସ୍ୱାମୀ ଓ ଝିଅ କପ୍ତିପଦା ବଜାରକୁ ରାକ୍ଷୀ କିଣିବାକୁ ଯାଇଥିଲୁ। ରାକ୍ଷୀ କିଣି ସାରିବା ପରେ ଟଙ୍କା ଦେବା ପରେ ଝିଅ ମୋତେ ତା’ ମୋବାଇଲ ମୋତେ ଧରାଇ ଦେଇଥିଲା। ତା’ ଭିତରେ ୪/୫ ଯୁବକ ସେଠାରେ ଆସି ପହଞ୍ଚିଥିଲେ। ସେମାନେ ସମସ୍ତେ ମାସ୍କ ପିନ୍ଧିଥିଲେ। ଆମେ କିଛି ବୁଝିବା ପୂର୍ବରୁ ସେମାନେ ଝିଅକୁ ସେଠାରୁ ଉଠାଇ ନେଲେ। ମୋ ସ୍ୱାମୀ ଓ ମୁଁ ସେମାନଙ୍କୁ ବାଧା ଦେବାକୁ ଚେଷ୍ଟା କରିଥିଲୁ। ସେମାନେ ଆମକୁ ମାରିଦେବାକୁ ଧମକ ଦେଇଥିଲେ। ଏମିତିକି ସେମାନଙ୍କ ପିଛା ନକରିବାକୁ ବି କହିଥିଲେ। ନହେଲେ ଆମକୁ ହାଣିଦେବେ ବୋଲି ଚେତାବନୀ ଦେଇଥିଲେ। ଆମେ ସେମାନଙ୍କୁ ଚିହ୍ନି ନାହୁଁ। ସେମାନେ ୨ଟି ବାଇକରେ ଆସିଥିଲେ।
ଯୁବତୀଙ୍କ ବାପା କହିଛନ୍ତି, ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସତ୍ତ୍ୱେ ଝିଅର ପତ୍ତା ମିଳି ନଥିଲା। ସେହିଦିନ ସନ୍ଧ୍ୟାରେ ସାଢ଼େ ୭ଟାରେ ମୁଁ କପ୍ତିପଦା ଥାନାରେ ଅଭିଯୋଗ କରିଥିଲି। ମୁଁ ମୋ ଅଭିଯୋଗପତ୍ରରେ ଝିଅକୁ ଅପହରଣ କରାଯାଇଥିବା ଲେଖିଥିଲି। କିନ୍ତୁ ପୁଲିସ ଅପହରଣ ଅଭିଯୋଗରେ ମାମଲା ରୁଜୁ କରିବା ବଦଳରେ ନିଖୋଜ ମାମଲା ରୁଜୁ କରିଛି। ମୁଁ ସେହିଦିନଠାରୁ ଥାନାକୁ ଲଗାତାର ଆସୁଛି। କିନ୍ତୁ କେହି ଆମ କଥା ଶୁଣୁ ନାହାନ୍ତି।
ଏହି ଘଟଣା ନେଇ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Victim_1754826368.jpg)