Advertisment

ପାନ ଓ ଥଣ୍ଡା ପାନୀୟ ଦେବାକୁ ମନା କରିବାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ଅଭିଯୁକ୍ତ ରୁଦ୍ରକୁ  କାବୁ କରି ସ୍ଥାନୀୟ ଲୋକେ ପୁଲିସ ଜିମାରେ ଦେଇଥିଲେ।

author-image
Tapaswini Nayak
knife

knife

ପାନ ଏବଂ ଥଣ୍ଡା ପାନୀୟ ଦେବାକୁ ମନା କରିବାରୁ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କେନ୍ଦ୍ରାପଡା ଟାଉନ ଥାନା ବଳରାମପୁର ହନୁମାନ ମନ୍ଦିର ନିକଟରେ। ମୃତ ଯୁବକ ଜଣଙ୍କ ହେଲେ ଅକ୍ଷୟ ଖଟୁଆ।

Advertisment

ଗତକାଲି ଅକ୍ଷୟ କାମରୁ ଘରକୁ ଫେରିବା ବେଳେ ହନୁମାନ ମନ୍ଦିର ନିକଟରେ ଥିବା ଦୋକାନରେ ପାନ କିଣୁଥିଲେ। ଏହି ସମୟରେ ରୁଦ୍ର ସେଠାରେ ପହଞ୍ଚିଥିଲେ। ଅକ୍ଷୟଙ୍କୁ ପାନ ଏବଂ ଥଣ୍ଡା ପାନୀୟ କିଣି ଦେବାରୁ କହିଥିଲେ। ହେଲେ ଅକ୍ଷୟ ଦେବାକୁ ମନା କରି ଦେଇଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ରୁଦ୍ର ଉତ୍ତ୍ୟକ୍ତ ହୋଇ ଅକ୍ଷୟଙ୍କୁ ଛୁରୀରେ ଆକ୍ରମଣ କରିଥିଲେ।

ଅକ୍ଷୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାସହ ଅଭିଯୁକ୍ତ ରୁଦ୍ରକୁ କାବୁ କରି ସ୍ଥାନୀୟ ଲୋକେ ପୁଲିସ ଜିମାରେ ଦେଇଥିଲେ। ରୁଦ୍ର ଅକ୍ଷୟଙ୍କୁ ପାନ ଏବଂ ଥଣ୍ଡା ପାନୀୟ ଦେବା ପାଇଁ ମନା କରିବାରୁ ଏହି ହତ୍ୟାକାଣ୍ଡ ଘଟିଛି ନା ଏହାପଛରେ ଅନ୍ୟ କିଛି କାରଣ ରହିଛି ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Kendrapada