Advertisment

ମା’ ସହ କଳି କରି ଝୁଲି ପଡ଼ିଲା ପୁଅ

ଗତକାଲି ରାତିରେ ଆଲୋକ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ମା’ ଶାନ୍ତିଲତା ଥାନାରେ ଅଭିଯୋଗ କରିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Sucide

Sucide

ମା’ ପୁଅ କଳିର କରୁଣ ପରିଣତି। ମା’ ସହ କଳି କରିବା ପରେ ଝୁଲି ପଡ଼ିଲା ପୁଅ। ଘଟଣା ଘଟିଛି କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ କଣ୍ଟାପଡ଼ା ଗାଁରେ। ମୃତ ଯୁବକ ହେଲେ ଗାଁର ଆଲୋକ ସାହୁ।

Advertisment

ଆଲୋକ ଓ ତାଙ୍କ ମା’ ଶାନ୍ତିଲତାଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଆଲୋକ ମଦ ପିଇ ଆସି ତାଙ୍କ ମା’ଙ୍କୁ ମାରଧର କରୁଥିଲେ। ଏନେଇ ଶାନ୍ତିଲତା ବହୁଥର ଥାନାରେ ଦ୍ୱାରସ୍ଥ ହୋଇଛନ୍ତି। ଦୁଇ ଦିନ ତଳେ ଶାନ୍ତିଲତା ଓ ତାଙ୍କ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଆଲୋକ ଶାନ୍ତିଲତାଙ୍କୁ ଘରକୁ ଛାଡ଼ୁ ନଥିଲା। ଶାନ୍ତିଲତା ବାହାରେ ରହୁଥିଲେ। ଏନେଇ ପୁଲିସକୁ ମଧ୍ୟ ଜଣାଇଥିଲେ।

ଗତକାଲି ରାତିରେ ଆଲୋକ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ମା’ ଶାନ୍ତିଲତା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ଘଟଣାର ସତ୍ୟାସତ ଜଣାପଡ଼ିବ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଶାନ୍ତିଲତା କହିଛନ୍ତି, ପୁଅ ମଦ ପିଇ ଆସି ମୋତେ ମାରଧର କରେ। ମୁଁ ଏନେଇ ପୁଲିସକୁ ଜଣାଇଥିଲି। ଦୁଇ ତଳେ ମଧ୍ୟ କୁଟୁରୀରେ ହାଣିବ ବୋଲି ମୋତେ ଗୋଡ଼ାଇଥିଲା ଓ ଘରକୁ ଛାଡ଼ି ନଥିଲା। ମୁଁ ପୁଲିସ ପାଖକୁ ଯିବାକୁ କହିବାରୁ ମୋ ପୁଅ ଦୌଡ଼ି ଦେବ ବୋଲି ମୋତେ ଧମକ ଦେଇଥିଲା। ଏହି କଥା ମୁଁ ପୁଲିସକୁ ଜଣାଇଥିଲି। ହେଲେ ପୁଲିସ କୌଣସି ପଦକ୍ଷେପ ନେଇନଥିଲା। ଯଦି ପୁଲିସ ଆସିଥାନ୍ତା, ମୋ ପୁଅ ଦୌଡ଼ି ଦେଇପାରି ନଥନ୍ତା।

Cuttack