Advertisment

ଜିମରେ ଗୁଳି ଚଳାଇ ୨ ଜଣଙ୍କୁ ଆହତ କଲେ ଆପ୍ ନେତ୍ରୀଙ୍କ ସ୍ୱାମୀ

ମଧ୍ୟ ପ୍ରଦେଶ ରୁଚି ଗୁପ୍ତା ଫିଟନେସ୍ ଆଣ୍ଡ ବିୟୁଟି ସେଣ୍ଟରରେ ଗୁଳି ଚାଳନା କରିଛନ୍ତି ଆପ୍ ନେତ୍ରୀଙ୍କ ସ୍ୱାମୀ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଜିମରେ ଖୋଲାଖୋଲି ଗୁଳି ଚଳାନା କରିଛନ୍ତି ଜଣେ ଆପ୍ ନେତ୍ରୀଙ୍କ ସ୍ୱାମୀ। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଉଭୟ ଆହତଙ୍କ ଗୋଡରେ ଗୁଳି ବାଜି ଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଧ୍ୟ ପ୍ରଦେଶ ରୁଚି ଗୁପ୍ତା ଫିଟନେସ୍ ଆଣ୍ଡ ବିୟୁଟି ସେଣ୍ଟରରେ ଗୁଳି ଚାଳନା କରିଛନ୍ତି ଆପ୍ ନେତ୍ରୀଙ୍କ ସ୍ୱାମୀ।

Advertisment

ସୂଚନା ଅନୁସାରେ, ଗ୍ୱାଲିଅରରେ ରହିଛି ଆମ୍ ଆଦମୀ ପାର୍ଟିର ମଧ୍ୟପ୍ରଦେଶ ଉପାଧ୍ୟକ୍ଷ ରୁଚି ଗୁପ୍ତାଙ୍କ ଫିଟନେସ୍ ଆଣ୍ଡ ବିୟୁଟି ସେଣ୍ଟର। ଦୀପାବଳି ଅବସରରେ ରୁଚି ଗୁପ୍ତାଙ୍କ ସ୍ୱାମୀ ଫିଟନେସ୍ ସେଣ୍ଟରରେ ପହଞ୍ଚିଥିଲେ। ହଠାତ୍ କେହି କିଛି ବୁଝିବା ପୂର୍ବରୁ ଗୁଳି ଚାଳନା କରିଥିଲେ ଗୁପ୍ତାଙ୍କ ସ୍ୱାମୀ। ଏଥିରେ ଦୁଇ ଜଣ କର୍ମଚାରୀ ଆହଦ ହୋଇଛନ୍ତି।

ଉଭୟ କର୍ମଚାରୀଙ୍କ ଗୋଡରେ ଗୁଳି ବାଜିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କହିଛନ୍ତି ଡାକ୍ତର। ତେବେ କର୍ମଚାରୀଙ୍କ ଉପରକୁ ଗୁଳି ଚାଳନା କରିବାର ପ୍ରକୃତ କାରଣ ଜଣାପଡି ନଥିବାବେଳେ ରୁଚି ଗୁପ୍ତା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଘରୋଇ ବିବାଦକୁ ନେଇ ଯୁକ୍ତିତର୍କ ହୋଇଥିବା କୁହାଯାଉଛି। 

Advertisment
MP Vice President Firing AAP Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe