Advertisment

ନାବାଳିକାଙ୍କୁ ୪ ମାସ ତଳେ ଅପହରଣ କରିଥିଲେ, ଏବେ ମାରି ପୋଡ଼ିଦେଲେ

୪ ମାସ ହେଲା ଅପହରଣ ହୋଇଥିଲା ନାବାଳିକା ଝିଅ। ଝିଅକୁ ଖୋଜି ଆଣିବାକୁ ବାରମ୍ବାର ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡ଼ିଥିଲେ ପରିବାର। ଶେଷରେ ଝିଅ ତ ଫେରିଲାନି, ମିଳିଲା ଝିଅର ମରିବା ଖବର।

ଅଦ୍ୟତନ ହୋଇଛି
Minor girl

Minor girl

Advertisment

୪ ମାସ ହେଲା ଅପହରଣ ହୋଇଥିଲା ନାବାଳିକା ଝିଅ। ଝିଅକୁ ଖୋଜି ଆଣିବାକୁ ବାରମ୍ବାର ଥାନାକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡ଼ିଥିଲେ ପରିବାର। ଶେଷରେ ଝିଅ ତ ଫେରିଲାନି, ମିଳିଲା ଝିଅର ମରିବା ଖବର। ଝିଅକୁ ହତ୍ୟା କରିବା ସହ ପୋଡ଼ି ପାଉଁଶ କରି ପକାଇଛନ୍ତି ଅପହରଣକାରୀ ଯୁବକ। ନିଜ ଝିଅ ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଆଖିରୁ ଲୁହ ଗଡ଼ାଉଥିବା ବେଳେ ଏଥିପାଇଁ ପୁଲିସ୍‌ର ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି। ପୁଲିସ୍‌ ଠିକ୍‌ ସମୟରେ ପଦକ୍ଷେପ ନେଇଥିଲେ, ମୋ’ ଝିଅ ଆଜି ବଞ୍ଚିଥାନ୍ତା ବୋଲି କୋହଭରା କଣ୍ଠରେ କହିଛନ୍ତି ତାଙ୍କ ମା’।

Advertisment

ଏପରି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ନିଆଳି ଥାନା ନିଉଭରଣ କୋଠମୂଳ ଗାଁରେ ଘଟିଛି। ନିଆଳି ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ନିକଟସ୍ଥ ନିଉଭରଣ କୋଠମୂଳ ଗ୍ରାମର ନଖିଆ ବେହେରାଙ୍କ ପୁଅ ପବିନା ବେହେରା ୪ ମାସ ତଳେ ଅପହରଣ କରି ଫେରାର ହୋଇ ଯାଇଥିଲେ। ନାବାଳିକାଙ୍କ ପରିବାର ଲୋକେ ନଖିଆ ବେହେରାଙ୍କ ଘରେ ବହୁ ଖୋଜାଖୋଜି କରି ବି ନିଜ ଝିଅ ଓ ପବିନାଙ୍କୁ ପାଇ ନ ଥିଲେ। ପବିନା ଉକ୍ତ ନାବାଳିକାଙ୍କୁ ବିବାହ କରିଥିଲା ବୋଲି ସେତେବେଳେ ଶୁଣିବାକୁ ମିଳିଥିଲା।

ଏନେଇ ନାବାଳିକାଙ୍କ ପରିବାର ଥାନାର ଦ୍ୱାରସ୍ଥ ହୋଇ ଝିଅକୁ ଫେରାଇ ଆଣିବାକୁ ଗୁହାରି କରିଥିଲେ। ମାତ୍ର ଥାନା ଅଧିକାରୀ ନିଦାବିଷ୍ଣୁ ପାଲଟିଗଲେ। ନା ନାବାଳିକାଙ୍କୁ ଉଦ୍ଧାର କରିବାକୁ କୌଣସି ପଦକ୍ଷେପ ନେଲେ ନା ପବିନାଙ୍କୁ ପରିବାରକୁ ପଚରାଉଚରା କଲେ। ପୁଲିସ ନିଷ୍କ୍ରିୟତା ଫଳରେ ନାବାଳିକାଙ୍କ ସହ ଫେରାର ହୋଇ ଯାଇଥିବା ପବିନା କିଛି ଦିନ ହେବ ଆସି ନିଜ ଘରେ ରହୁଥିଲେ। ଏହା ଜାଣି ବି ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା।

Advertisment

ଗତକାଲି ରାତିରେ ନାବାଳିକାଙ୍କ ସହ ତାଙ୍କ ପରିବାର ଲୋକେ କଥା ହୋଇଥିବା ବେଳେ ସକାଳେ ଝିଅର ମୃତ୍ୟୁ ଖବର ପାଇଲେ। ଏପରିକି ଝିଅକୁ ହତ୍ୟା ପରେ ପୋଡ଼ା ସରିଥିବା ପଡ଼ୋଶୀଙ୍କଠାରୁ ଶୁଣିବାକୁ ପାଇଲେ।

ଏହାପରେ ତୁରନ୍ତ ନାବାଳିକାଙ୍କ ପରିବାର ପବିନାଙ୍କ ଗାଁରେ ପହଞ୍ଚି ଶ୍ମଶାନରେ ପାଉଁଶ ପଡ଼ିଥିବା ଦେଖିଥିଲେ ଓ ଅଳ୍ପ ସମୟ ପୂର୍ବରୁ ମୃତଦେହ ପୋଡ଼ା ହୋଇଥିବା ଅନୁମାନ କରିଛନ୍ତି। ତେବେ ଝିଅକୁ କିଏ ମାରିଲା, ମୃତଦେହକୁ ଶ୍ମଶାନକୁ ଆଣି ପୋଡ଼ିବାରେ କିଏ କିଏ ସହଯୋଗ କଲେ ସେହି ଚିନ୍ତା ମୃତା ନାବାଳିକାଙ୍କ ପରିବାରକୁ ଘାରିଛି।

ଏହି ଘଟଣା ପରେ ପବିନାଙ୍କ ପରିବାରର ସମସ୍ତେ ଫେରାର ହୋଇ ଯାଇଛନ୍ତି। ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

Murder Kidnap Minor Crimes
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe