Advertisment

ଅପହରଣ କରିବାକୁ ଆସି ଫସିଗଲେ

ମୋବାଇଲ ଛଡ଼ାଇ ନେଇ ଗାଡ଼ି ବସାଇ ନେଇ ଯିବାକୁ ଉଦ୍ୟମ କଲା ବେଳେ ପହଞ୍ଚିଗଲେ ଗ୍ରାମବାସୀ।

author-image
Ordigital Desk
Muribahal Police Station

Muribahal Police Station

ଅପହରଣ କରିବାକୁ ଆସିଥିଲେ। ହେଲେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଲେ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡ଼ିଘାଟ ଗାଁରେ।

Advertisment

ପାଟଣାଗଡ଼ରୁ ଏକ ବୋଲେରୋରେ ୫ ଜଣ ବ୍ୟକ୍ତି ଗୁଡ଼ିଘାଟ ଆସିଥିଲେ। ସେମାନେ ଗାଁର ମୁକୁନ୍ଦ ବଗର୍ତିଙ୍କ ଦୋକାନକୁ ଆସି ତାଙ୍କ ନାଁ ପଚାରିଥିଲେ। ପରେ ପରେ ସେମାନେ ତାଙ୍କ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ ଓ ତାଙ୍କୁ ବୋଲେରୋରେ ବସାଇ ନେଇଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମୁକୁନ୍ଦ ଚିତ୍କାର କରିଥିଲେ। ଫଳରେ ଗ୍ରାମବାସୀ ସେଠାରେ ରୁଣ୍ଡ ହୋଇଯାଇଥିଲେ। 

ଗ୍ରାମବାସୀ ଉକ୍ତ 5 ଜଣଙ୍କ ମଧ୍ୟରୁ 4 ଜଣଙ୍କୁ ଧରିଥିଲେ। ଆଉ ଜଣେ ବୋଲେରୋ ଧରି ଫେରାର ହୋଇଯିବାରେ ସଫଳ ହୋଇଥିଲେ। ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଉକ୍ତ 4 ଜଣଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି। 

Advertisment

ଅଭିଯୁକ୍ତମାନେ ଜଙ୍ଗଲରୁ ବେଆଇନ ଭାବେ ମୂଲ୍ୟବାନ କାଠ କାଟି ଚୋରି କରି ବିକ୍ରି କରନ୍ତି ବୋଲି ଜଣାପଡ଼ିଛି l ତେବେ କାହିଁକି ସେମାନେ ଦିନ ଦ୍ଵିପହରରେ ମୁକୁନ୍ଦଙ୍କୁ ଅପହରଣ ପାଇଁ ଆସିଥିଲେ, ତା'ର କାରଣ ଅସ୍ପଷ୍ଟ ରହିଛି। ପୁଲିସ ପକ୍ଷରୁ ମଧ୍ୟ କୌଣସି ସୂଚନା ମିଳିନାହିଁ।   

Odisha Police Abduction