Muribahal Police Station
ଅପହରଣ କରିବାକୁ ଆସିଥିଲେ। ହେଲେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଲେ। ଘଟଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡ଼ିଘାଟ ଗାଁରେ।
ପାଟଣାଗଡ଼ରୁ ଏକ ବୋଲେରୋରେ ୫ ଜଣ ବ୍ୟକ୍ତି ଗୁଡ଼ିଘାଟ ଆସିଥିଲେ। ସେମାନେ ଗାଁର ମୁକୁନ୍ଦ ବଗର୍ତିଙ୍କ ଦୋକାନକୁ ଆସି ତାଙ୍କ ନାଁ ପଚାରିଥିଲେ। ପରେ ପରେ ସେମାନେ ତାଙ୍କ ମୋବାଇଲ ଫୋନ୍ ଛଡ଼ାଇ ନେଇଥିଲେ ଓ ତାଙ୍କୁ ବୋଲେରୋରେ ବସାଇ ନେଇଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମୁକୁନ୍ଦ ଚିତ୍କାର କରିଥିଲେ। ଫଳରେ ଗ୍ରାମବାସୀ ସେଠାରେ ରୁଣ୍ଡ ହୋଇଯାଇଥିଲେ।
ଗ୍ରାମବାସୀ ଉକ୍ତ 5 ଜଣଙ୍କ ମଧ୍ୟରୁ 4 ଜଣଙ୍କୁ ଧରିଥିଲେ। ଆଉ ଜଣେ ବୋଲେରୋ ଧରି ଫେରାର ହୋଇଯିବାରେ ସଫଳ ହୋଇଥିଲେ। ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଉକ୍ତ 4 ଜଣଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି।
ଅଭିଯୁକ୍ତମାନେ ଜଙ୍ଗଲରୁ ବେଆଇନ ଭାବେ ମୂଲ୍ୟବାନ କାଠ କାଟି ଚୋରି କରି ବିକ୍ରି କରନ୍ତି ବୋଲି ଜଣାପଡ଼ିଛି l ତେବେ କାହିଁକି ସେମାନେ ଦିନ ଦ୍ଵିପହରରେ ମୁକୁନ୍ଦଙ୍କୁ ଅପହରଣ ପାଇଁ ଆସିଥିଲେ, ତା'ର କାରଣ ଅସ୍ପଷ୍ଟ ରହିଛି। ପୁଲିସ ପକ୍ଷରୁ ମଧ୍ୟ କୌଣସି ସୂଚନା ମିଳିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1697287295.jpg)