Advertisment

ମଦ୍ରାସା ଉଚ୍ଛେଦ ବେଳେ ହିଂସା ଘଟଣା; ମାଷ୍ଟରମାଇଣ୍ଡ ଅବଦୁଲ ମଲିକ ଗିରଫ

ଆଜି ଦିଲ୍ଲୀରୁ ଅବଦୁଲ ମଲିକକୁ ଗିରଫ କରିଛି ପୁଲିସ।

Abdul Malik

Abdul Malik

Advertisment

ନିକଟରେ ଉତ୍ତରାଖଣ୍ଡର ହଲଦ୍ୱାନୀରେ ଘଟିଥିବା ହିଂସା ଘଟଣାର ମାଷ୍ଟରମାଇଣ୍ଡ ଅବଦୁଲ ମଲିକକୁ ଗିରଫ କରିଛି ପୁଲିସ। ଦିଲ୍ଲୀରୁ ଅବଦୁଲ ଗିରଫ ହୋଇଛି। ବେଆଇନ ମଦ୍ରାସା ଉଚ୍ଛେଦକୁ ନେଇ ହଲଦ୍ୱାନୀରେ ଯେଉଁ ହିଂସା ପରିସ୍ଥିତି ଉପୁଜିଥିଲା ଅବଦୁଲ ମଲିକ ତାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। 

Advertisment

ଏହି ହିଂସାକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଊର୍ଦ୍ଧ୍ୱ ଲୋକେ ଆହତ ହୋଇଥିଲେ। ମଦ୍ରାସା ଉଚ୍ଛେଦ ବେଳେ କିଛି ଦୁର୍ବୃତ୍ତ ମ୍ୟୁନିସିପାଲିଟି କର୍ମଚାରୀ, ପୁଲିସ ଏବଂ ସାମ୍ବାଦିକଙ୍କ ଉପରକୁ ପଥର ମାଡ଼ କରିଥିଲେ। ଏପରିକି ପୁଲିସ ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଏଥିରେ ୧୦୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଥିଲେ।

ଯେଉଁ ଅଞ୍ଚଳରେ ମଦ୍ରାସା ଉଚ୍ଛେଦ ହେଉଥିଲା ତାହା ମାଷ୍ଟରମାଇଣ୍ଡ ଅବଦୁଲର ବାଡ଼ି ନିକଟରେ ଥିବା କୁହାଯାଉଛି। ଏହା ବେଆଇନ ଭାବେ ନିର୍ମାଣ ହୋଇଥିବାରୁ ଉଚ୍ଛେଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଚଳିତ ମାସ ପ୍ରଥମ ସପ୍ତାହରେ ପ୍ରଶାସନିକ ଟିମ୍ ଓ ପୁଲିସ ଜେସିବି ମାଧ୍ୟମରେ ମଦ୍ରାସା ଉଚ୍ଛେଦ କରିବାକୁ ସେଠାରେ ପହଞ୍ଚିଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ସେମାନଙ୍କ ଉପରକୁ ପଥର ମାଡ଼ କରିଥିଲେ। 

Advertisment

ଏହାପରେ ସେଠାରେ ଥିବା ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କରିବା ସହ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ଏହି ମାମଲାରେ ୬୦ରୁ ଅଧିକ ଲୋକଙ୍କୁ ହେପାଜତକୁ ନେଇଥିବା ବେଳେ ୫,୦୦୦ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି। 

ଫେବ୍ରୁଆରୀ ୧୧ରେ ମାଷ୍ଟରମାଇଣ୍ଡ ଅବଦୁଲ ଗିରଫ ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପୁଲିସ ଏହାକୁ ଖଣ୍ଡନ କରିଥିଲା। ଆଜି ଅବଦୁଲକୁ ଗିରଫ କରାଯାଇଥିବା ନେଇ ସ୍ପଷ୍ଟ କରିଛି ପୁଲିସ। 

Haldwani Violence Uttarakhand Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe