Advertisment

ଫେରାର ଅଭିଯୁକ୍ତର ପତ୍ତା ମିଳୁନି, ଦୁଇ ପୁଲିସ୍‌ ନିଲମ୍ବିତ

ପୁଲିସ୍‌ ଆଖିରେ ଧୁଳି ଦେଖି ଖସିଗଲେ ଅଭିଯୁକ୍ତ, ହେଲେ ଉପସ୍ଥିତି ପୁଲିସ୍ କର୍ମୀ ତାଙ୍କୁ କାବୁ କରି ପାରିଲେନି। ଏହି ଘଟଣା ଘଟିବାର ଦୁଇ ଦିନ ପରେ ବି ପୁଲିସ୍‌ ହାତ ଖାଲି।

author-image
Niharika Rout
ଅଦ୍ୟତନ ହୋଇଛି
cctv footage

cctv footage

ଡାକ୍ତରୀ ମାଇନା ପାଇଁ ଯିବା ବେଳେ ଦୁଇ ଦିନ ପୂର୍ବେ ଫେରାର ହୋଇ ଯାଇଥିଲେ ଅଭିଯୁକ୍ତ । ପୁଲିସ୍‌ ଆଖିରେ ଧୁଳି ଦେଖି ଖସିଗଲେ ଅଭିଯୁକ୍ତ, ହେଲେ ଉପସ୍ଥିତି ପୁଲିସ୍ କର୍ମୀ ତାଙ୍କୁ କାବୁ କରି ପାରିଲେନି। ଏହି ଘଟଣା ଘଟିବାର ଦୁଇ ଦିନ ପରେ ବି ପୁଲିସ୍‌ ହାତ ଖାଲି। ତେଣୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଦୁଇ ପୁଲିସ୍‌ କର୍ମୀ।

Advertisment

ଏପରି ଏକ ଘଟଣା ଗତ ମଙ୍ଗଳବାର ରାତିରେ ସାଲେପୁର ଥାନା ଅଞ୍ଚଳରେ ଘଟିଥିଲା। ନିଲମ୍ବିତ ହୋଇଥିବା ଦୁଇ ପୁଲିସ୍‌ କର୍ମୀ ହେଲେ ସାଲେପୁର ଥାନାର ହୋମଗାର୍ଡ ସୁଶାନ୍ତ ସ୍ୱାଇଁ ଓ କନଷ୍ଟେବଳ ସଂଜୟ କୁମାର ଦାସ । ଏନେଇ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି ଏଲ ଦିବ୍ୟା ।

ଅସଦାଚରଣ ଅଭିଯୋଗରେ କଟକ ସାଲେପୁର ପୁଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଗତ ମଙ୍ଗଳବାର ଡାକ୍ତରୀ ମାଇନା ପାଇଁ ନିଆଯାଇଥିଲା। ମାତ୍ର ସେଠାରୁ ସେ ଖସି ପଳାଇଥିଲେ। ଉପସ୍ଥିତ ପୁଲିସ୍‌ କର୍ମୀ ତାଙ୍କୁ ଧରିବାକୁ ବହୁ ଚେଷ୍ଟା କରି ବି ବିଫଳ ହୋଇଥିଲେ।

Advertisment

ଏହାପରେ ପୁଲିସ୍‌ ସଙ୍ଗେସଙ୍ଗେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ବି ଅଭିଯୁକ୍ତଙ୍କ ପତ୍ତା ପାଇ ପାରୁନି। ତେଣୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଜଣେ କନଷ୍ଟେବଳ ଓ ଜଣେ ହାବିଲଦାରଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି।

Police Negligence Cuttack Police Suspend;