Advertisment

ଜମିଜମା ପାଇଁ ବୃଦ୍ଧଙ୍କୁ ମାରି ପୋତି ଦେଲେ

ଧୁବଲ ୨୧ ତାରିଖରୁ ନିଖୋଜ ଥିଲେ।

ଅଦ୍ୟତନ ହୋଇଛି
Murder

Murder

Advertisment

୨୧ ତାରିଖରୁ ନିଖୋଜ ଥିଲେ ବୃଦ୍ଧ। ଆଜି ସକାଳେ ଚାଷ ଜମିରୁ ବୃଦ୍ଧଙ୍କ ମୃତଦେହ ମାଟିତଳୁ ଉଦ୍ଧାର କରିଛି ପୁଲିସ। ବୃଦ୍ଧଙ୍କୁ ହତ୍ୟା ପରେ ମାଟି ତଳେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ରଜାମରା ଗାଁରେ। ମୃତ ବୃଦ୍ଧ ଜଣଙ୍କ ହେଲେ ଧୁବଲ ରଣା।

Advertisment

ଧୁବଲ ୨୧ ତାରିଖରୁ ନିଖୋଜ ଥିଲେ। ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ପରେ ଧୁବଲ ନିଖୋଜ ଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଆଜି ସକାଳେ ଚାଷ ଜମିରୁ ଧୁବଲଙ୍କ ମୃତଦେହ ଉଦ୍ଧାର କରିଥିଲା।

ପୁଲିସ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜମି ଜମା ପାଇଁ ଧୁବଲଙ୍କୁ ଅଭିଯୁକ୍ତ ଜଣଙ୍କ ହତ୍ୟା କରି ଚାଷ ଜମିରେ ପୋତି ଦେଇଥିବା ପୁଲିସ ନିକଟରେ ସ୍ୱୀକାର କରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe