Advertisment

୪ ବର୍ଷ ପରେ ଧରାପଡ଼ିଲେ ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତ

୨୦୨୦ ମସିହାରେ ଗିରଫ ହୋଇଥିଲେ। ରାତିରେ ଥାନାରୁ ଫେରାର ହୋଇଯାଇଥିଲେ।

author-image
Jitendra Garnayak
Sanatana

Sanatana

୪ ବର୍ଷ ପରେ ଧରାପଡ଼ିଲେ ଥାନାରୁ ଫେରାର ହୋଇଯାଇଥିବା ଅଭିଯୁକ୍ତ। ତାଙ୍କୁ ଗିରଫ କରିଛି ଗଜପତି ଜିଲ୍ଲା ମୋହନା ଥାନା ପୁଲିସ୍। ଗିରଫ ଅଭିଯୁକ୍ତଙ୍କ ନାଁ ସନାତନ କରାଡ଼। ତାଙ୍କ ଘର ଆର.ଉଦୟଗିରି ଥାନା ଏନ୍. ଝାଲରଶିଂ ଗାଁରେ। 

Advertisment

ଗଞ୍ଜେଇ ଚାଲାଣ କରୁଥିବା ବେଳେ ୨୦୨୦ ମସିହାରେ ମୋହନା ଥାନା ପୁଲିସ ହାତରେ ଧରାପଡ଼ିଥିଲେ ଦୁଇ ଜଣ ଅଭିଯୁକ୍ତ। ସେମାନଙ୍କ ଠାରୁ  ୧ ହଜାର ୫୩ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହି ଘଟଣାର କିଛି ଦିନ ପରେ ମୁଖ୍ୟ ଅଭିଯୁକ୍ତ ସନାତନ କରାଡ଼ଙ୍କୁ ଗିରଫ କରିଥିଲା ପୁଲିସ୍। ତେବେ ରାତିରେ ସନାତନ ଥାନାରୁ ଫେରାର ହୋଇଯାଇଥିଲେ।

୪ ବର୍ଷ ପରେ ଗତକାଲି ତାକୁ ଗିରଫ କରିଥିଲା ମୋହନା ଥାନା ପୁଲିସ୍‌।  ଆଡ଼ବା ଥାନା ବାଚିପଙ୍କା ଗାଁରୁ ତାଙ୍କୁ ଗିରଫ କରିଥିଲା ପୁଲିସ୍। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। 

Advertisment