Advertisment

ବୟସ୍କ ପୁଲିସ୍ କର୍ମଚାରୀଙ୍କୁ ଧକ୍କା ମାରି ଥାନାରୁ ଅଭିଯୁକ୍ତ ଫେରାର

ଏକ ମୋବାଇଲ ଚୋରି ଘଟଣାରେ ଅଭିଯୁକ୍ତକୁ ଥାନାକୁ ପଚରାଉଚରା କରିବାକୁ ଆଣିଥିଲା ପୁଲିସ୍।

author-image
Jitendra Garnayak
Police Station

Police Station

ଜଣେ ପୁଲିସ୍ କର୍ମଚାରୀଙ୍କୁ ଧକ୍କା ମାରି ଥାନାରୁ ଫେରାର ହୋଇଗଲେ ଅଭିଯୁକ୍ତ। କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଘଟିଛି ଏହି ଘଟଣା।

Advertisment

ଅଭିଯୁକ୍ତଙ୍କ ନାଁ ଶଙ୍କର୍ଷଣ ବେହେରା ଓରଫ ବବୁଲୁ। ଏକ ଚୋରି ଘଟଣାରେ ବବୁଲୁଙ୍କୁ ପଚରାଉଚରା ପାଇଁ ଥାନାକୁ ଅଣାଯାଇଥିଲା। ତେବେ କୌଶଳ କରି ସେ ସେଠାରୁ ଫେରାର ହୋଇଯାଇଥିଲେ।

ଶଙ୍କର୍ଷଣଙ୍କ ବାପା ଓ ସ୍ତ୍ରୀ କହିଛନ୍ତି ଯେ ତାଙ୍କୁ ଥାନାରେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା। ପୁଲିସର ଅତ୍ୟାଚାର ସହି ନପାରି ସେ ଫେରାର ହୋଇଯାଇଛନ୍ତି।

Advertisment

ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି, ଏକ ମୋବାଇଲ ଚୋରି ଘଟଣାରେ ବବୁଲୁକୁ ଥାନାକୁ ପଚରାଉଚରା ପାଇଁ ଅଣାଯାଇଥିଲା। ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଉଛି। ଥାନା ଭିତରେ ତାଙ୍କୁ ରଖାଯାଇଥିଲା। ତାଙ୍କ ପାଖରେ ଜଣେ କର୍ମଚାରୀ ଥିଲେ। ତେବେ ସେ ଜଣେ ବୟସ୍କ କର୍ମଚାରୀ ହୋଇଥିବାରୁ ଅଭିଯୁକ୍ତ ତାଙ୍କୁ ଧକ୍କା ମାରି ଫେରାର ହୋଇଯାଇଥିଲେ। ପଚରାପଚରି କରିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଆନ୍ତା। କିନ୍ତୁ ତା’ପୂର୍ବରୁ ସେ ଫେରାର ହୋଇଯାଇଥିଲେ। ଥାନାରେ ତାଙ୍କୁ କୌଣସି ପ୍ରକାର ନିର୍ଯାତନା ଦିଆଯାଇନାହିଁ।

ଥାନାରେ ଅନ୍ୟ କର୍ମଚାରୀ ଥିବା ସତ୍ତ୍ୱେ ଜଣେ ଅଭିଯୁକ୍ତ ଫେରାର ହୋଇଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି ଯେ ଏ ଦିଗରେ ବି ତଦନ୍ତ କରାଯିବ। ଯଦି କାହାର ଅବହେଳା ଯୋଗୁ ଅଭିଯୁକ୍ତ ଫେରାର ହୋଇଯାଇଥିବେ, ତା’ହେଲେ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Cuttack Police Commissionerate Police