ରାଜଧାନୀରେ ଯୁବକଙ୍କୁ ନିଶା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ଭୁବନେଶ୍ୱରର ଡେଲଟା ଛକ ରେଙ୍ଗାଲି ବସ୍ତିର ଦୀପକ ସାହୁ। ତାଙ୍କୁ ନିଶା ଦେଇ ହତ୍ୟା କରାଯାଇଥିବା ମୃତ ଯୁବକଙ୍କ ମାଆ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି।
ଅଭିଯୋଗ ଅନୁସାରେ, ଗତକାଲି ଦୀପକ କିଛି ଯୁବକଙ୍କ ସହ ଘରୁ ବାହାରକୁ ଯାଇଥିଲେ। ଦିନ ୨ଟା ବେଳେ ତାଙ୍କର ୨ଜଣ ସାଙ୍ଗ ଦୀପକଙ୍କୁ ଅଚେତ ଅବସ୍ଥାରେ ଘରକୁ ଆଣିଥିଲେ। ଅତ୍ୟଧିକ ବ୍ରାଉନସୁଗାର ଖାଇଥିବାରୁ ସେ ଅଚେତ ହୋଇଯାଇଥିବା ସେମାନେ କହିଥିଲେ।
Also Read
ତୁରନ୍ତ ପରିବାର ଲୋକେଦୀପକଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ଏବଂ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଇଛି। ଆଜି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ପଦାକୁ ଆସିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଦୀପକଙ୍କ ମା’ ପୁଅକୁ ନିଶା ଦେଇ ତାର ସାଙ୍ଗମାନେ ମାରିଦେଇଥିବା ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଚା' ଖଟିରେ ଦାଦନ ସର୍ଦ୍ଦାର ସହ ଥାନାଧିକାରୀଙ୍କ ଦୋସ୍ତି! ଡିଲ୍ ଚାଲିଥିବା ଅଭିଯୋଗ
ଭିଟାମାଟି ଛାଡ଼ି ଦାଦନ ଯାଉଥିଲେ ଅନେକ ଶ୍ରମିକ। ପାଖରେ ଥିବା ଚା ଦୋକାନରେ ଦାଦନ ସର୍ଦ୍ଦାର ସହ ଖଟି ଜମାଇଥିଲେ ପାଟଣାଗଡ଼ ଥାନାଧିକାରୀ। ଲୋକେ କହୁଛନ୍ତି ଚାଲିଥିଲା ଡିଲ୍।
Crime
ପୁଲିସ ଉପରେ ଗାଡି ଚଢ଼ାଇ ଚମ୍ପଟ ମାରିଲେ ଗଞ୍ଜେଇ ଗ୍ୟାଙ୍ଗ; ଦେଖନ୍ତୁ ଭିଡିଓ
ପୂର୍ବରୁ ସୂଚନା ପାଇ ଗଞ୍ଜେଇ ଗ୍ୟାଙ୍ଗକୁ ଧରିବା ପାଇଁ ଟୋଲ ପ୍ଲାଜାରେ ଅଟକାଇଥିଲା ପୁଲିସ। ଗାଡ଼ି ଚଢ଼ାଇ ଫେରାର୍ ହୋଇଗଲେ ଗଞ୍ଜେଇ ମାଫିଆ।
Crime
ପଡ଼ୋଶୀଙ୍କୁ ହତ୍ୟା କଲେ ବାପ-ପୁଅ, କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲେ
ସୁରେଶଙ୍କ ଝିଅ ଫେରାର ହେବା ପଛରେ ରାମଚନ୍ଦ୍ରଙ୍କ ହାତ ଥିବା ଆଶଙ୍କାରେ ତାଙ୍କୁ ବାପ-ପୁଅ ମାରି ଦେଇଛନ୍ତି।
Crime
ଘର ତିଆରି କରୁଛନ୍ତି କି? ହୁସିଆର୍; ରାଜଧାନୀରେ ବିକ୍ରି ହେଉଛି ଡୁପ୍ଲିକେଟ୍ ସିମେଣ୍ଟ
ବଡ଼ଗଡ଼ ଥାନା ଟଙ୍କପାଣି ସାଇ ମନ୍ଦିର ନିକଟରେ ଏକ ଡୁପ୍ଲିକେଟ୍ ସିମେଣ୍ଟ କାରଖାନା ଚାଲିଥିଲା। ବ୍ୟବହାର ଯୋଗ୍ୟ ନଥିବା ବା ମେଣ୍ଡା ହୋଇଯାଇଥିବା ସିମେଣ୍ଟକୁ ଆଣି ଭାଙ୍ଗି ସେଥିରେ ଧୂଳି ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ତିଆରି କରୁଥିଲେ ସିମେଣ୍ଟ।
Crime
ଥାନା ବିବାଦରୁ ଫସିଲା ମୃତଦେହ, ହୋଇ ପାରୁନି ବ୍ୟବଚ୍ଛେଦ
ଆଜି ସକାଳୁ ପୁନାମା ଗେଟ୍ ପାଖ ରେଳ ଲାଇନରୁ ସ୍ୱରାଜ ବେହେରା ନାମକ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା। ସ୍ୱରାଜଙ୍କ ଶରୀରରେ ଖଣ୍ଡା ଚୋଟ ଥିବାରୁ ଏହା ହତ୍ୟା ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି।