Advertisment

ଦୁଇ ବର୍ଷ ତଳେ ଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା; ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌

ଗଣେଶ ପ୍ରଧାନ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଫୁଲବାଣୀର ମୁଣ୍ଡିଆ ସାହିକୁ ନେଇ ଯାଇଥିଲେ। ସେଠାରେ ଇଚ୍ଛା ବିରୋଧରେ ୩ ଦିନ ଦୁଷ୍କର୍ମ କରିଥିଲେ। ଏହାପରେ ତାକୁ ନିଜ ଘରକୁ ନେଇ ୧୭ ତାରିଖ ପର୍ଯ୍ୟନ୍ତ ବାରମ୍ବାର ଦୁଷ୍କର୍ମ କରିଥି

ଅଦ୍ୟତନ ହୋଇଛି
Minor Girl

Minor Girl

Advertisment

ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିଲା ୨୦ ବର୍ଷ ସଶ୍ରମ କାରାଦଣ୍ଡା। ଏଥିସହ ୨୨ ହଜାର ଟଙ୍କା ଜରିମାନା ବି ଦେବାକୁ ପଡ଼ିବ । କେବଳ ଏତିକି ନୁହେଁ ପୀଡ଼ିତା ନାବାଳିକାର ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ DLSA(ଜିଲ୍ଲା ଆଇନସେବା ପ୍ରାଧିକରଣ ସଂସ୍ଥା)କୁ ନିର୍ଦେଶ ଦେଇଛନ୍ତି କୋର୍ଟ । ୨୦୨୧ ମସିହାରେ ସଦର ଥାନା ଅଞ୍ଚଳରେ ଘଟିଥିବା ଏକ ଦୁଷ୍କର୍ମ ମାମଲା ଶୁଣାଣି କରି ଏପରି ଦଣ୍ଡାଦେଶ ଦେଇଛନ୍ତି ଫୁଲବାଣୀର ପୋସ୍କୋ କୋର୍ଟ ।

Advertisment

୨୦୨୧ ମସିହା ମାର୍ଚ୍ଚ ମାସରେ ଏହି ଘଟଣା ଘଟିଥିଲା। ପୀଡ଼ିତାଜଣକ ଫୁଲବାଣୀରେ ରହୁଥିବା ମାଉସୀ ଘରକୁ ବୁଲି ଯାଇଥିଲେ। ସେଠାରୁ ମେଡିକାଲ ଛକରେ ଥିବା ଆହାର କେନ୍ଦ୍ରକୁ ଯାଇ ଖାଇଥିଲେ। ସେଠାରେ ଗଣେଶ ପ୍ରଧାନଙ୍କ ସହ ତାଙ୍କର ଭେଟ ହୋଇଥିଲା।

ଗଣେଶ ପ୍ରଧାନ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଫୁଲବାଣୀର ମୁଣ୍ଡିଆ ସାହିକୁ ନେଇ ଯାଇଥିଲେ। ସେଠାରେ ଇଚ୍ଛା ବିରୋଧରେ ୩ ଦିନ ଦୁଷ୍କର୍ମ କରିଥିଲେ। ଏହାପରେ ତାକୁ ନିଜ ଘରକୁ ନେଇ ୧୭ ତାରିଖ ପର୍ଯ୍ୟନ୍ତ ବାରମ୍ବାର ଦୁଷ୍କର୍ମ କରିଥିଲେ।

Advertisment

ଇତି ମଧ୍ୟରେ ନାବାଳିକାଙ୍କ ବାପା ଝିଅ ନିଖୋଜ ସଂକ୍ରାନ୍ତରେ ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ବିଭିନ୍ନ ଆଡ଼େ ଖୋଜାଖୋଜି କରିବା ପରେ ନାବାଳିକାକୁ ଅଭିଯୁକ୍ତ ଗଣେଶ କବଳରୁ ଉଦ୍ଧାର କରିଥିଲା। ଏଥିସହ ଏହି ମାମଲାରେ ପୁଲିସ୍‌ ଗଣେଶକୁ ଗିରଫ କରିଥିଲା ।

ଏହାପରେ ଫୁଲବାଣୀ ପୋସ୍କୋ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା। ୧୪ ସାକ୍ଷୀଙ୍କ ବୟାନ, ମେଡିକାଲ ରିପୋର୍ଟ ଓ ଅନ୍ୟ ତଥ୍ୟକୁ ଆଧାର କରି ବିଚାରପତି ଏହି ରାୟ ଶୁଣାଇଛନ୍ତି। ବିଚାରପତି ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୨ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। 

Minor Girl Rapped
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe