Advertisment

ଘରେ ଶୋଇଥିଲେ ସ୍ୱାମୀ ସ୍ତ୍ରୀ, ସକାଳୁ ମିଳିଳା ମୃତଦେହ

ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୃତ୍ତ ତାଙ୍କ ଘରେ ପଶିଥିଲେ। ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ମାରିଥିଲେ ଦୁର୍ବୃର୍ତ୍ତ।

author-image
Biswajit Samal
ଅଦ୍ୟତନ ହୋଇଛି
Murder

Murder

ଘରଭିତରେ ପଶି ଦମ୍ପତିକୁ ହତ୍ୟା ଅଭିଯୋଗ। ଘଟଣାଟି ଘଟିଛି ରେଢ଼ାଖୋଲ ଥାନା ଘୁଷୁରାମାଲ ପଞ୍ଚାୟତ ପାଣ୍ଡିରିଶିଳା ଗାଁ ରେ। ମୃତକ ମାନେ ହେଉଛନ୍ତି ଆବ୍ରାହାମ କୁଜୁର ଓ କୁଆଁରୀ କୁଜୁର ଉଭୟ ସ୍ୱାମୀ ସ୍ତ୍ରୀ।

Advertisment

ଗତକାଲି ରାତିରେ ଆବ୍ରାହାମ ଓ କୁଆଁରୀ ନିଜ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୃର୍ତ୍ତ ତାଙ୍କ ଘରେ ପଶିଥିଲେ। ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଘଟଣାସ୍ଥଳରୁ ଫେରାର ମାରିଥିଲେ ଦୁର୍ବୃତ୍ତ। 

ଆଜି ସକାଳେ ଆବ୍ରାହାମ ଓ କୁଆଁରୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହକୁ ପରିବାର ଲୋକ ଦେଖି ରେଢାଖୋଲ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଲରେ ପୁଲିସ ପହଞ୍ଚି ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ପରେ ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Advertisment

ମୃତକଙ୍କ ଭାଉଜ ଏରିକା କୁଜୁର କହିଛନ୍ତି, ଆବ୍ରାହାମ ଓ କୁଆଁରୀଙ୍କ ସହ ତାଙ୍କ ଭେଣେଇର ଝଗଡ଼ା ଲାଗି ରହୁଥିଲା। ତେଣୁ ଭେଣେଇ ହତ୍ୟା କରିଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି।

ରିପୋର୍ଟ - ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ

Murder