Advertisment

ନିଜକୁ ପୁଲିସ୍‌ କହି ଯୁବତୀଙ୍କୁ ବଳାତ୍କାର କରିଥିଲେ, ସ୍କେଚ ଜାରି କରି ବାନ୍ଧିଲା ପୁଲିସ୍‌

ନିଜକୁ ପୁଲିସ୍‌ ଅଧିକାରୀର ପରିଚୟ ଦେଇ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ବାନ୍ଧିଛି ରାଜଧାନୀ ପୁଲିସ୍‌। ପ୍ରାୟ ୮ ଦିନ ତଳେ ଘଟିଥିବା ଏହି ଘଟଣାର ଅଭିଯୁକ୍ତଙ୍କ ସ୍କେଚ ଜାରି କରି ତାଙ୍କୁ ବାନ୍ଧିବାରେ ସକ୍ଷମ ହୋଇଛି ପୁଲିସ୍‌ ଓ କ୍ରାଇମବ୍ରାଞ୍ଚ ଟିମ୍‌।

Accused

Accused

Advertisment

ନିଜକୁ ପୁଲିସ୍‌ ଅଧିକାରୀର ପରିଚୟ ଦେଇ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ବାନ୍ଧିଛି ରାଜଧାନୀ ପୁଲିସ୍‌। ପ୍ରାୟ ୮ ଦିନ ତଳେ ଘଟିଥିବା ଏହି ଘଟଣାର ଅଭିଯୁକ୍ତଙ୍କ ସ୍କେଚ ଜାରି କରି ତାଙ୍କୁ ବାନ୍ଧିବାରେ ସକ୍ଷମ ହୋଇଛି ପୁଲିସ୍‌ ଓ କ୍ରାଇମବ୍ରାଞ୍ଚ ଟିମ୍‌।

Advertisment

ଦିଲ୍ଲୀର ପ୍ରଶାନ୍ତ ବିହାର ଅଞ୍ଚଳରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସାଉଥ କ୍ୟାମ୍ପସ୍‌ରେ ରହୁଥିବା ଜଣେ ୨୩ ବର୍ଷୀୟା ଏମ୍‌ଏସସି ଛାତ୍ରୀ ବଳାତ୍କାରର ଶିକାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ୍‌ ବିଭାଗ ଚାରିଆଡ଼େ ଖୋଜାଖୋଜି ଆରମ୍ଭ କରିଥିଲା ।

ସୂଚନା ଅନୁଯାୟୀ, ଗତ ଜୁଲାଇ ୭ ତାରିଖରେ ପୀଡ଼ିତା ନିଜ ବୟଫ୍ରେଣ୍ଡଙ୍କ ସହ କାର୍‌ରେ ଥିଲେ। ଉକ୍ତ ସମୟରେ ବାଇକ୍‌ରେ ଥିବା ଜଣେ ଯୁବକଙ୍କର ତାଙ୍କ ଉପରେ ନଜର ପଡ଼ିଗଲା। ଏହାପରେ ସେ କାର୍‌ରେ ଥିବା ଯୁବକଯୁବତୀଙ୍କ ଭିଡିଓ କରି ନେଇଥିଲେ।

Advertisment

କିଛି ସମୟ ପରେ ଯୁବକଜଣକ ଯୁବତୀଙ୍କୁ ଆପାର୍ଟମେଣ୍ଟ ବାହାରେ ଛାଡ଼ି ଚାଲି ଯାଇଥିଲେ। ପୀଡ଼ିତାଜଣକ ଆପାର୍ଟମେଣ୍ଟ ଭିତରେ ପଶିଥିବା ବେଳେ ଅଭିଯୁକ୍ତ ମଧ୍ୟ ପିଛା କରି ଭିତରକୁ ଚାଲି ଯାଇଥିଲେ।

ଏହାପରେ ସିଡ଼ିରେ ଅଭିଯୁକ୍ତଜଣକ ଯୁବତୀଙ୍କୁ ଅଟକାଇ ନିଜକୁ ପୁଲିସ୍‌ ଷ୍ଟାଫ ବୋଲି କହିଥିଲେ। ଏଥିସହ ସେ ପୀଡ଼ିତାଙ୍କ ଭିଡିଓ ରେକର୍ଡିଂ ତାଙ୍କୁ ଦେଖାଇଥିଲେ। କେବଳ ଏତିକି ନୁହେଁ ସେ ତାଙ୍କୁ ଧମକାଇ ବଳାତ୍କାର କରି ଫେରାର ହୋଇ ଯାଇଥିଲେ।

ପୀଡ଼ିତାଜଣକ ଏନେଇ ନିଜ ପରିବାରବର୍ଗଙ୍କୁ ଓ ବୟଫ୍ରେଣ୍ଡଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ୍‌ ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରି ଅଭିଯୁକ୍ତର ସ୍କେଚ ଜାରି କରିଥିଲା। ଏହାପରେ କ୍ରାଇମବ୍ରାଞ୍ଚ ସହାୟତାରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ରବି ସୋଲଙ୍କି ବୋଲି ଜଣାଯାଇଛି। ସେ ସୁଲତାନପୁରୀ ଅଞ୍ଚଳର ବୋଲି ଜଣାଯାଇଛି।

Arrest Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe