Advertisment

ଥାନାରେ ପଶି ହତ୍ୟା ଅଭିଯୁକ୍ତଙ୍କୁ ଖସାଇ ନେବାକୁ ଉଦ୍ୟମ, ତା’ ପରେ...

୨୦୨୩ ମସିହାରେ ଦୀପୁ ପାତ୍ର ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଜେ ଛଚୀନା ଗ୍ରାମର ବିକ୍ରମ ପରିଡ଼ାଙ୍କୁ ପୁଲିସ ଗତ ରାତିରେ ଉଠାଇ ଆଣିଥିଲା। କିଛି ସମୟ ପରେ ତାଙ୍କର କିଛି ସମର୍ଥକ ଥାନା ହାଜତରେ ପଶି ଅଭିଯୁକ୍ତଙ୍କୁ ଖସାଇ ନେବାକୁ ଚେଷ୍ଟା କରିଥିଲେ ।

CCTV Footage

CCTV Footage

Advertisment

ଥାନାରେ ହଠାତ୍‌ ପଶିଲେ କିଛି ଯୁବକ । ସେମାନେ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଥାନାରୁ ଖସାଇ ନେବାକୁ ଉଦ୍ୟମ କରୁଥିଲେ। ଏହାକୁ ନେଇ ପୁଲିସ୍‌ ସହ ସେମାନେ ମୁହାଁମୁହିଁ ହୋଇଥିଲେ। ଶେଷରେ ପୁଲିସ ଅଭିଯୁକ୍ତଙ୍କୁ କାବୁ କରି ରଖିବାରେ ସଫଳ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା କୋଦଳା ଥାନାରେ ଘଟିଛି।

Advertisment

ନିର୍ବାଚନ ସମୟରେ ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି । କୋଦଳା ଥାନାରେ ପଶି ଗତ ରାତିରେ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଟାଣି ନେଇଯାଉଥିଲେ ଦୁବୃର୍ତ୍ତ। ଏହି ସମୟରେ ପୁଲିସ୍‌ ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପୁଲିସ୍‌ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଏନେଇ ପୁଲିସ ୩୫ଜଣଙ୍କ ନାମରେ ମାମଲା କରିଥିବା ବେଳେ ୯ ଜଣଙ୍କୁ ଗିରଫ କରିଛି। ପୁରା ଘଟଣାବଳୀ ଥାନା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି।

୨୦୨୩ ମସିହାରେ ଦୀପୁ ପାତ୍ର ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଜେ ଛଚୀନା ଗ୍ରାମର ବିକ୍ରମ ପରିଡ଼ାଙ୍କୁ ପୁଲିସ ଗତ ରାତିରେ ଉଠାଇ ଆଣିଥିଲା। କିଛି ସମୟ ପରେ ତାଙ୍କର କିଛି ସମର୍ଥକ ଥାନା ହାଜତରେ ପଶି ଅଭିଯୁକ୍ତଙ୍କୁ ଖସାଇ ନେବାକୁ ଚେଷ୍ଟା କରିଥିଲେ । ଫଳରେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ।

Advertisment

ପୁଲିସ୍‌ ବିକ୍ରମ ପରିଡ଼ାଙ୍କୁ କାବୁ କରି ରଖିବାରେ ସଫଳ ହୋଇଥିବା ବେଳେ ଦୁବୃର୍ତ୍ତମାନେ ସେଠାରୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରୁ ପୁଲିସ୍‌ ୯ ଜଣଙ୍କୁ ଗିରଫ କରିଛି। ଏ ନେଇ ଗଞ୍ଜାମ ଏସପି ତାଙ୍କ ପ୍ରତିକ୍ରିୟା ରଖିଥିବା ବେଳେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଓ ୩୫ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ନାମରେ ମାମଲା ହୋଇଥିବା କହିଛନ୍ତି।

ଏହି ଘଟଣାରେ ୧୦ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି । ଅଭିଯୁକ୍ତଙ୍କ ୪ଟି ବାଇକ୍‌ ଜବତ ହୋଇଥିବା କହିଛନ୍ତି ଏସ୍‌ପି।

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe