Advertisment

ନକଲି ସୁନା ଦେଇ ଲୁଟିବାକୁ ବସିଥିଲେ, ମାଡ଼ି ବସିଲା ପୁଲିସ୍‌

ଦେଖିବାକୁ ପୁରା ସୁନା ପରି ଚିକଚିକ୍‌ କରୁଥିଲା। ତିଳେ ବି ସନ୍ଦେହ ହେବାର ନ ଥିଲା। ଏପରି ନକଲି ସୁନା ଦେଇ ଅସଲି ଟଙ୍କା ଲୁଟିବାକୁ ବସିଥିଲା ଧୂର୍ତ୍ତ । ମାତ୍ର ତା’ ପୂର୍ବରୁ ମାଡ଼ି ବସିଲା ପୁଲିସ୍।

author-image
Niharika Rout
Duplicate Gold & Accused

Duplicate Gold & Accused

ଦେଖିବାକୁ ପୁରା ସୁନା ପରି ଚିକଚିକ୍‌ କରୁଥିଲା। ତିଳେ ବି ସନ୍ଦେହ ହେବାର ନ ଥିଲା। ଏପରି ନକଲି ସୁନା ଦେଇ ଅସଲି ଟଙ୍କା ଲୁଟିବାକୁ ବସିଥିଲା ଧୂର୍ତ୍ତ । ମାତ୍ର ତା’ ପୂର୍ବରୁ ମାଡ଼ି ବସିଲା ପୁଲିସ୍। ଏପରି ଏକ ଘଟଣା ଷ୍ଟିଲ୍‌ ସିଟି ରାଉରକେଲାରେ ଘଟିଛି।

Advertisment

ରାଞ୍ଚିର ସନ୍ତୋଷ କୁମାର ସାହୁ ନାମକ ଯୁବକ କିଛି ନକଲି ସୁନା ଓ ରୁପା ଅଳଙ୍କାର ଧରି ରାଉରକେଲାରେ ପହଞ୍ଚିଥିଲେ। ଅତି ସତର୍କତାର ସହ ତାହାକୁ ବିକିବାକୁ ସେ ଗତକାଲି ବିଭିନ୍ନ ସୁନା ଦୋକାନକୁ ଯାଇଥିଲେ। ଏକ ଜୁଏଲାରୀରେ ସେ ସୁନା ଅଳଙ୍କାର ବିକିବାକୁ କଥା ଫାଇନାଲ୍‌ ହୋଇଥିଲା। ମାତ୍ର ବ୍ୟବସାୟୀ ହଲମାର୍କ ଯାଞ୍ଚ କରିବାରୁ ତାହା ନକଲି ବୋଲି ଜାଣିବାକୁ ପାଇଥିଲେ। ଇତି ମଧ୍ୟରେ ସନ୍ତୋଷ ଉକ୍ତ ଜୁଏଲାରୀରୁ ୬ ଗ୍ରାମର ଏକ ସୁନା ମୁଦି ନେଇ ଯାଇଥିଲେ। ଏନେଇ ଜୁଏଲାରୀ ମାଲିକ ପ୍ଲାଣ୍ଟ ସାଇଡ୍ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ ଅଭିଯୁକ୍ତଙ୍କୁ କାବୁ କରି ତାଙ୍କ ନିକଟରୁ ଅସଲି ସୁନା ମୁଦି, ପ୍ରାୟ ୨୫୦ଗ୍ରାମ ରୁପା ଅଳଙ୍କାର ଓ ୨୫ ଗ୍ରାମର ନକଲି ସୁନା ଅଳଙ୍କାର ମଧ୍ୟ ଜବତ କରିଛି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୁଲିସ୍‌ ପଚରାଉଚରା କରୁଥିବା ବେଳେ ରାଞ୍ଚି ପୁଲିସ ସହ ଯୋଗଯୋଗ କରି ତଦନ୍ତ କରୁଛି।

Advertisment

ଏନେଇ ପୁଲିସ୍‌ ଅଧିକାରୀ କହିଛନ୍ତି, ସନ୍ତୋଷ କୁମାର ସାହୁ ଗତକାଲି ଏକ ଅଳଙ୍କାର ଦୋକାନକୁ କିଛି ସୁନା ଓ ରୁପା ଅଳଙ୍କାର ବିକିବାକୁ ଯାଇଥିଲେ। ମେଶିନରେ ଯାଞ୍ଚ କରିବାରୁ ତାହା ନକଲି ବୋଲି ଜଣାପଡ଼ିଥିଲା। ଏହି ସମୟରେ ସନ୍ତୋଷ ଉକ୍ତ ଦୋକାନରୁ ଏକ ସୁନା ମୁଦି ନେଇ ଯାଇଥିଲେ। ଏହାପରେ ଜୁଏଲାରୀ ମାଲିକ ଖୋଜାଖୋଜି କରି ଉକ୍ତ ଯୁବକଙ୍କ ସମ୍ପର୍କରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ତୁରନ୍ତ ତାଙ୍କୁ ଧରି ଥାନାକୁ ଆଣିଥିଲା।

ପୁଲିସ୍‌ ସନ୍ତୋଷଙ୍କ ନିକଟରୁ ଅସଲି ଓ ନକଲି ସୁନା ଓ ରୁପା ଅଳଙ୍କାର ଜବତ କରିଛି। ଏନେଇ ରାଞ୍ଚି ପୁଲିସ୍‌ ସହ ଯୋଗାଯୋଗ ଚାଲିଛି। ଫଳରେ ତାଙ୍କର ପୁରୁଣା ରେକର୍ଡ ସମ୍ପର୍କରେ ଜଣାପଡ଼ିବ । ଆଜି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯିବ ବୋଲି କହିଛନ୍ତି ଅଧିକାରୀ।

Rourkela Arrest