Advertisment

ଚଳନ୍ତା ଟ୍ରେନ୍‌ରେ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ ଘଟଣା; ଏନକାଉଣ୍ଟରରେ ଟଳି ପଡ଼ିଲେ ଅଭିଯୁକ୍ତ

ଏହି ଘଟଣାରେ ତୀବ୍ର ସମାଲୋଚନାର ଶିକାର ହୋଇଥିବା ଉତ୍ତରପ୍ରଦେଶ ପୁଲିସ୍‌ ଦୀର୍ଘ ୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଅନିସଙ୍କୁ ଖୋଜି ଏନକାଉଣ୍ଟର କରିଥିବା ବେଳେ ଆଉ ଦୁଇ ଜଣ ଆଜାଦ ଓ ବିଶ୍ୱମ୍ବରଙ୍କୁ ଗିରଫ କରି ସାରିଛି।

victim & accused

victim & accused

Advertisment

ଗତ ୩୦ ତାରିଖରେ ମନକାପୁରରୁ ଅଯୋଧ୍ୟା ଅଭିମୁଖେ ଯାଉଥିବା ସରୟୁ ଏକ୍ସପ୍ରେସ୍‌ରେ ଜଣେ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ ସହ ମରଣାତ୍ମକ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପୁଲିସ୍‌ ବାନ୍ଧିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ଟଳି ପଡ଼ିଛନ୍ତି ।

Advertisment

ଏହି ଘଟଣାରେ ତୀବ୍ର ସମାଲୋଚନାର ଶିକାର ହୋଇଥିବା ଉତ୍ତରପ୍ରଦେଶ ପୁଲିସ୍‌ ଦୀର୍ଘ ୨୦ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଅନିସଙ୍କୁ ଖୋଜି ଏନକାଉଣ୍ଟର କରିଥିବା ବେଳେ ଆଉ ଦୁଇ ଜଣ ଆଜାଦ ଓ ବିଶ୍ୱମ୍ବରଙ୍କୁ ଗିରଫ କରି ସାରିଛି। ୩ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଅନିସ ଅଯୋଧ୍ୟା ପୁଲିସ୍ ଓ ଏସଟିଏଫ ଟିମ୍‌ ଏନକାଉଣ୍ଟରରେ ଟଳି ପଡ଼ିଛି। ଅନ୍ୟ ଦୁଇ ଜଣ ଗିରଫ ହୋଇ ସାରିଛନ୍ତି। ଅନିସର ଆଉ ଦୁଇ ଜଣ ସହଯୋଗୀ ଆଜାଦ ଓ ବିଶ୍ୱମ୍ବରଙ୍କୁ ପୁଲିସ୍‌ ଅଯୋଧ୍ୟାର ଇନାୟତନଗରରୁ ଗିରଫ କରିଛି। ପୁଲିସ୍‌ ସହ ହୋଇଥିବା ଧସ୍ତାଧସ୍ତିରେ ସେମାନେ ଆହତ ହୋଇଥିବା ଜଣାଯାଇଛି। ଏହି ମାମଲାର ଅଭିଯୁକ୍ତଙ୍କୁ ଧରାଇବାରେ ସାହାଯ୍ୟ କରିବା ନିମନ୍ତେ ପୁଲିସ୍‌ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିଲା।

ଗତ ୩୦ ତାରିଖରେ ମହିଳା କନଷ୍ଟେବଳ ଯାତ୍ରା କରୁଥିବା ଟ୍ରେନ୍‌ ବଗିରେ ଉକ୍ତ ୩ ଯୁବକ ବି ଥିଲେ। ଉକ୍ତ ୩ ଯୁବକ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିବାରୁ କନଷ୍ଟେବଳ ଜଣକ ଏହାର ପ୍ରତିବାଦ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ୩ ଯୁବକ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ଚେହେରାକୁ କ୍ଷତାକ୍ତ କରି ଦେଇଥିଲା। ଏପରିକି ସେମାନେ ଟ୍ରେନ୍ ଝରକାରେ ମହିଳାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଉକ୍ତ ୩ ଜଣ ଟ୍ରେନ୍‌ରୁ ଡେଇଁ ଫେରାର ହୋଇ ଯାଇଥିଲେ।

Advertisment

ଏହାପରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଲକ୍ଷ୍ନୌସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁଲିସ୍‌ ଏହି ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତମାନେ ଡେଇଁଥିବା ଅଞ୍ଚଳର ପାଖାପାଖି ୨ଶହ ଗାଁରେ ଚଢ଼ାଉ କରିଥିଲା। ଏଥିସହ ପୁଲିସ୍‌ ପ୍ରାୟ ଦେଢଶହ ପାଖାପାଖି ଯୁବକଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା।

ଏହି ଘଟଣାକୁ ଗୁରୁତର ସହ ନେଇ ଆହ୍ଲାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ରାତି ଅଧରେ ନିଜ ଘରେ ସ୍ପେଶାଲ ବେଞ୍ଚରେ ଏହି ଘଟଣାର ଶୁଣାଣି କରିଥିଲେ। ଏପରିକି ଏହି ମାମଲାର ଶୁଣାଣି ବେଳେ ଆଡିସନାଲ ସଲିସିଟର ଜେନେରାଲଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ପୁଲିସ୍‌ ଏହି ଘଟଣାର ତନାଘନା କରି ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ଦେଇଛି।

Uttar Pradesh Police Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe