Advertisment

ନୀତୀଶ କୁମାରଙ୍କୁ ବମ୍‌ରେ ଉଡ଼ାଇବାକୁ ଧମକ ଦେଇଥିଲେ, ବନ୍ଧା ହେଲେ ଯୁବକ

ଗତ ୩୦ ତାରିଖରେ ବିହାରର ପୁଲିସ୍‌ ମହାନିର୍ଦ୍ଦେଶକ ଆରଏସ୍‌ ଭଟ୍ଟଙ୍କ ହ୍ୱାଟସ୍‌ ଆପ୍‌କୁ ଏକ ମେସେଜ ଓ ଅଡିଓ କ୍ଲିପ୍‌ ଆସିଥିଲା। ଉକ୍ତ ମେସେଜର ନୀତିଶ କୁମାରଙ୍କୁ ତୁରନ୍ତ ବିଜେପିରୁ ଅଲଗା ନ ହେଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦିଆଯାଇଥିଲା।

author-image
Niharika Rout
Nitish Kumar

Nitish Kumar

ବିହାରରେ ବଦଳିଥିବା ରାଜନୈତିକ ସମୀକରଣକୁ ସହଜେ ହଜମ କରି ନ ପାରି ଜଣେ ଯୁବକ ଘଟାଇଲେ ଅଜବ କାଣ୍ଡ। ଯୁବକଜଣକ ବିହାର ମୁଖମନ୍ତ୍ରୀ ନୀତୀଶ କୁମାରଙ୍କୁ ବମ୍‌ରେ ଉଡ଼ାଇବାକୁ ଧମକ ବି ଦେଇଦେଲେ। ବିହାରର EOU ଏହି ଘଟଣାର ଛାନଭିନ ଆରମ୍ଭ କରିଥିବା ବେଳେ ଏପରି ଧମକ ଦେଇଥିବା ଅଭିଯୁକ୍ତଙ୍କୁ କର୍ଣ୍ଣାଟକାରୁ ବାନ୍ଧିଛି।

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆରଜେଡି-ଜେଡିୟୁ ମେଣ୍ଟ ଭାଙ୍ଗି ବିଜେପି-ଜେଡିୟୁ ମେଣ୍ଟ ସରକାର ଗଠନ କରିଛନ୍ତି। ଏହାକୁ ନେଇ ବିହାର ରାଜନୀତି ଉଠୁଥିବା ପଡ଼ୁଥିବା ବେଳେ ଗତ ୩୦ ତାରିଖରେ ବିହାରର ପୁଲିସ୍‌ ମହାନିର୍ଦ୍ଦେଶକ ଆରଏସ୍‌ ଭଟ୍ଟଙ୍କ ହ୍ୱାଟସ୍‌ ଆପ୍‌କୁ ଏକ ମେସେଜ ଓ ଅଡିଓ କ୍ଲିପ୍‌ ଆସିଥିଲା।

ଉକ୍ତ ମେସେଜର ନୀତିଶ କୁମାରଙ୍କୁ ତୁରନ୍ତ ବିଜେପିରୁ ଅଲଗା ନ ହେଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦିଆଯାଇଥିଲା। ଏପରିକି ଅନ୍ୟ ବିଧାୟକଙ୍କ ସହ ତାଙ୍କୁ ବି ବମ୍‌ରେ ଉଡ଼ାଇ ଦେବାକୁ ଧମକ ଦିଅଯାଇଥିଲା।

Advertisment

ଏହି ଖବର ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ EOU ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ କର୍ଣ୍ଣାଟକାରୁ ଅଭିଯୁକ୍ତ ଯୁବକ ସୋନୁଙ୍କୁ ଗିରଫ କରାଯାଇଛି। କର୍ଣ୍ଣାଟକା ପୁଲିସ୍‌ ସାହାଯ୍ୟରେ EOU ତାଙ୍କୁ ଦେବନାଗିରିରୁ ଗିରଫ କରିଛି। ସେଠାରେ ସେ ଏକ ରାଇସ୍‌ ମିଲ୍‌ରେ କାମ କରୁଥିବା ଜଣାଯାଇଛି।

EOU ଟିମ୍‌ ଅଭିଯୁକ୍ତ ସୋନୁକୁ ଧରି ଗତ ରାତିରେ ବିହାରରେ ପହଞ୍ଚିଥିବା ଜଣାଯାଇଛି। ବିହାରରେ ଦାରିଦ୍ୟ ସମସ୍ୟା ଅତି ଉତ୍କଟ ରୂପ ଧାରଣ କରିଥିବା ବେଳେ ମୋ’ ପରିବାର ବି ଏଥିରେ ଛଟପଟ ହେଉଛି। ତେଣୁ ଏପରି ଧମକ ଦେବାକୁ ବାଧ୍ୟ ହୋଇଥିବା EOU ଟିମ୍‌ ଆଗରେ କହିଛି ସୋନୁ ।

Karnataka Bihar