/odisha-reporter/media/post_attachments/uploadimage/library/16_9/16_9_0/IMAGE_1733482356.jpg)
Rebati Raman Joshi
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମ୍ବଲପୁରର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ସହକାରୀ ବନ ସଂରକ୍ଷକ (ଏସିଏଫ) ରେବତୀ ରମଣ ଯୋଶୀ। ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ତାଙ୍କର ସମ୍ବଲପୁର ସ୍ଥିତ ସରକାରୀ ବାସଭବନ ସମେତ ୯ଟି ଠିକଣାରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ସମ୍ବଲପୁର ସ୍ଥିତ ତାଙ୍କ ସରକାରୀ ବାସଭବନରୁ ନଗଦ ୧୪.୫ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ପୁଳା ପୁଳା ସଂପତ୍ତି ଠାବ କରାଯାଇଛି।
ସମ୍ବଲପୁର ସହରର ଅଇଁଠାପାଲିରେ ଥିବା ତାଙ୍କର ତିନି ମହଲା କୋଠା ଏସିଏଫ ରେବତୀ ରମଣ ଯୋଶୀଙ୍କର ୩ଟି କୋଠା ଅଛି। ସେଥିରୁ ଗୋଟିଏ ତିନି ମହଲା ବିଶିଷ୍ଟ, ଯାହା ସମ୍ବଲପୁର ସହରର ଅଇଁଠାପାଲିରେ ଅଛି। ସମ୍ବଲପୁରରେ ତାଙ୍କର ଏକ କମର୍ସିଆଲ ବିଲଡିଂ ଅଛି। ଏହାକୁ ସେ ଭଡ଼ାରେ ଲଗାଇଛନ୍ତି। ପଦ୍ମପୁରରେ ତାଙ୍କର ଗୋଟିଏ ଏକ ମହଲା ବିଶିଷ୍ଟ ଘର ଅଛି।
ପଦ୍ମପୁର ସ୍ଥିତ ତାଙ୍କ ଘର ଅଛି।ଏହା ସହିତ ତାଙ୍କର ୪ଟି ଫ୍ଲାଟ୍ ଅଛି। ଗୋଟିଏ ଫ୍ଲାଟ ଭୁବନେଶ୍ୱରର ଘାଟିକିଆର ରୋୟାଲ ଆପାର୍ଟମେଣ୍ଟରେ ଅଛି। ଆଉ ଗୋଟିଏ ୩-ବିଏଚ୍କେ ବିଶିଷ୍ଟ ଫ୍ଲାଟ ସେ ସମ୍ବଲପୁରର ଫାର୍ମ ରୋଡ୍ ସ୍ଥିତ ସିଟି ପ୍ରାଇଡ୍ ଆପାର୍ଟମେଣ୍ଟରେ କିଣିଛନ୍ତି। ସମ୍ବଲପୁରର ଚର୍ଚ୍ଚ ଛକରେ ବ୍ରିଜ୍ଧାମ ହାଉସିଂ ସୋସାଇଟିରେ ତାଙ୍କର ଦୁଇଟି ୨-ବିଏଚ୍କେ ଫ୍ଲାଟ୍ ଅଛି।
ସମ୍ବଲପୁରର ଫାର୍ମ ରୋଡ୍ ସ୍ଥିତ ଏହି ସିଟି ପ୍ରାଇଡ୍ ଆପାର୍ଟମେଣ୍ଟରେ ଅଛି ଏସିଏଫଙ୍କର ଗୋଟିଏ ଫ୍ଳାଟ।ରେବତୀ ରମଣ ଯୋଶୀଙ୍କର ୭ଟି ପ୍ଲଟ ଅଛି। ସେଥିରୁ ୪ଟି ସମ୍ବଲପୁର ସହରରେ ଥିବା ବେଳେ ବାକି ୩ଟି ବରଗଡ଼ ଜିଲ୍ଲା ପଦ୍ମପୁରରେ ଅଛି। ଏହି ସବୁ କୋଠା, ଫ୍ଲାଟ ଓ ପ୍ଲଟଗୁଡ଼ିକର ପ୍ରକୃତ ମୂଲ୍ୟ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ପକ୍ଷରୁ ମାପଚୁପ କରାଯାଉଛି। ସେହିପରି ତାଙ୍କ ଘରୁ ୧୫୦ ଗ୍ରାମର ସୁନା ଅଳଙ୍କାର ଓ ୩୦୦ ଗ୍ରାମର ରୁପା ଅଳଙ୍କାର ମିଳିଛି। ତାଙ୍କ ବ୍ୟାଙ୍କ, ବୀମା ଓ ଡାକଘର ଜମା ବାବଦ ରାଶି ସଂପର୍କରେ ଯାଞ୍ଚ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
