Advertisment

Acid Attack: ଏସିଡ ଆକ୍ରମଣ, ଜଣେ ମହିଳାଙ୍କ ଭିନ୍ନ ପରିଚୟ ଓ ଧୋକାର ଖେଳ

ଶିକ୍ଷୟିତ୍ରୀଙ୍କ ମୁହଁ ଓ ଦେହର ୨୦%ରୁ ୩୦% ପୋଡ଼ି ଯାଇଥିଲା। ଘଟଣା ପରେ ପୁଲିସ୍‌ ପକ୍ଷରୁ ଶିକ୍ଷୟିତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା।

author-image
Hemant Lenka
arrested

ଗିରଫ ଅଭିଯୁକ୍ତ

ଏନକାଉଣ୍ଟର ପରେ ଗିରଫ ହୋଇଛି ଶିକ୍ଷୟିତ୍ରୀଙ୍କୁ ଏସିଡ ମାଡ଼ କରିଥିବା ଜଣେ ବ୍ୟକ୍ତି। ଏହି ମାମଲାରେ ପୁଲିସ୍‌ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରିଛି। ଗିରଫ ମହିଳା ଜଣଙ୍କ ହେଉଛନ୍ତି ଜାହ୍ନବୀ ଓରଫ ଅର୍ଚ୍ଚନା। ଗିରଫ ବ୍ୟକ୍ତି ଜଣକ ହେଲା ୩୦ ବର୍ଷୀୟ ନିଶୁ ତିୱାରୀ। ତାଙ୍କ ଘର ଉତ୍ତର ପ୍ରଦେଶ(Uttar Pradesh)ର ଅମରୋହ ଜିଲ୍ଲା ଅନ୍ତର୍ଗତ ତିଗ୍ରି ଗାଁରେ। 

Advertisment

ଶମ୍ଭଲ ଏସ୍‌ପି କ୍ରିଷ୍ଣ କୁମାରଙ୍କ କହିବା କଥା ଯେ ସେପ୍ଟେମ୍ବର ୨୩ରେ ନଖାସା ପୁଲିସ୍‌ ଷ୍ଟେସନ ଅଞ୍ଚଳରେ ସ୍କୁଲରୁ ଫେରୁଥିବା ଜଣେ ୨୨ ବର୍ଷୀୟ ଶିକ୍ଷୟିତ୍ରୀଙ୍କ ମୁହଁକୁ ଏସିଡ୍‌ ମାଡ଼ କରାଯାଇଥିଲା। ଅଭିଯୁକ୍ତ ନିଶୁ ସ୍କୁଟରେ ଆସିବା ସହ ଶିକ୍ଷୟିତ୍ରୀଙ୍କ ମୁହଁକୁ ଟାର୍ଗେଟ କରି ଦେହପା ଗାଁ ନିକଟରେ ଏସ୍‌ଡି ଫିଙ୍ଗି ଫେରାର ହୋଇଯାଇଥିଲା।

ଏହି ଆକ୍ରମଣ(Crime)ରେ ଶିକ୍ଷୟିତ୍ରୀଙ୍କ ମୁହଁ ଓ ଦେହର ୨୦%ରୁ ୩୦% ପୋଡ଼ି ଯାଇଥିଲା। ଘଟଣା ପରେ ପୁଲିସ୍‌ ପକ୍ଷରୁ ଶିକ୍ଷୟିତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଶେଷରେ ଏନକାଉଣ୍ଟର ପରେ ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି।

Advertisment

ଗୁରୁବାର ରାତିରେ ଅଭିଯୁକ୍ତ ନିଶୁକୁ ପୁଲିସ୍‌ କଲ୍ୟାଣପୁର ଗାଁ ନିକଟରେ ଆଟକ ଥିଲା। ହେଲେ ସେ ପୁଲିସ୍‌ ଉପରକୁ ଗୁଳି ମାଡ଼ କରି ଖସି ଯିବାକୁ ଚେଷ୍ଟା କରିଥିଲା। ପାଲଟା ଆକ୍ରମଣରେ ନିଶୁର ଉଭୟ ଗୋଡ଼ରେ ଗୁଳି ମାଡ଼ ହୋଇଥିଲା। ଏହାପରେ ପୁଲିସ ନିଶୁକୁ ଗିରଫ କରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା। ତା’ ନିକଟରୁ ଗୋଟିଏ ପିସ୍ତଲ, ୨ଟି କ୍ୟାଟ୍ରିଜ ଓ ସ୍କୁଟି ଜବତ କରାଯାଇଛି।

ଏସ୍‌ପି କୁମାର କହିଛନ୍ତି ଯେ ପୀଡ଼ିତା ଶିକ୍ଷୟିତ୍ରୀ ଜଣଙ୍କର ଚିକିତ୍ସା ଏବେ ହସ୍ପିଟାଲରେ ଚାଲିଛି ଓ ସେ ବିପଦ ମୁକ୍ତ ରହିଛନ୍ତି। ତେବେ ନିଶୁକୁ ଜେରା କରିବା ବେଳେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ସୋଶାଲ ମିଡିଆରେ ତା’ର ପରିଚୟ ଜଣେ ମହିଳାଙ୍କ ସହ ହୋଇଥିଲା। ଉକ୍ତ ମହିଳା ଜଣଙ୍କ ତାଙ୍କ ସହ ରୋମାଣ୍ଟିକ ସମ୍ପର୍କ ରଖିବାକୁ ନିଶୁକୁ ପ୍ରଲୋଭିତ କରିଥିଲେ।

ନିଜକୁ ଡାକ୍ତର ଅର୍ଚ୍ଚନା ଭାବେ ପରିଚୟ ଦେଉଥିବା ମହିଳା ଜଣଙ୍କ ନିଶୁକୁ କହିଥିଲେ ଯେ ତାଙ୍କ ଭଉଣୀ ଜାହ୍ନବୀଙ୍କ ନିର୍ବନ୍ଧ ଜଣେ ସୈନିକଙ୍କ ସହ ହୋଇଥିଲା। କିନ୍ତୁ ତାଙ୍କର ଜଣେ ପ୍ରେମିକା ଥିବା ଦାବି କରି ସୈନ୍ୟ ଜଣଙ୍କ ବାହାଘର ଭାଙ୍ଗି ଦେଇଛନ୍ତି। 

ମହିଳା ଜଣଙ୍କ ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ସୈନିକଙ୍କ ପ୍ରେମିକାଙ୍କ ଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ। ଏଥିପାଇଁ ସେ ନିଶୁକୁ ଉସକାଇଥିଲେ। ମହିଳାଙ୍କ କଥାରେ ରାଜି ହୋଇ ନିଶୁ ଆକ୍ରମଣ ପାଇଁ ରାଜି ହୋଇଥିଲା। ଶିକ୍ଷୟିତ୍ରୀଙ୍କ ଉପରେ ପ୍ରତିଶୋଧ ନେବାକୁ ପୂର୍ବରୁ କେମିଷ୍ଟ ଭାବେ କାମ କରୁଥିବା ନିଶୁ ଏସିଡ୍‌ ଆଣିଥିଲା ଓ ଆକ୍ରମଣ କରିଥିଲା।

ପରବର୍ତ୍ତୀ ସମୟରେ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ଜାହ୍ନବୀ ବୋଲି କୌଣସି ମହିଳା ନାହାନ୍ତି। ଡାକ୍ତର ଅର୍ଚ୍ଚନା ଓ ଜାହ୍ନବୀ ସମାନ ମହିଳା। କେବଳ ନିଶୁକୁ ବିଭ୍ରାନ୍ତ କରିବା ପାଇଁ ଜଣେ ମହିଳା ସୋଶାଲ ମିଡିଆରେ ଜାହ୍ନବୀ ଓ ଅର୍ଚ୍ଚନା ନାଁରେ ଦୁଇଟି ଆକାଉଣ୍ଟ ଖୋଲିଥିଲେ।

ନିଜକୁ ଡାକ୍ତର ଅର୍ଚ୍ଚନା ବୋଲି କହୁଥିବା ମହିଳା ଜଣଙ୍କ ବିବାହିତ ଓ ତାଙ୍କର ୩ଟି ପିଲା ରହିଛନ୍ତି। ସେ ପୂର୍ବରୁ ନିଜ ସ୍ୱାମୀଙ୍କୁ ନିଦ ବଟିକା ଦେଇ ନିଶୁ ସହ ଫେରାର ହୋଇ ଯାଇଥିଲେ। ନିଜର ଧୋକାର ଖେଳକୁ ସତ କରିବା ପାଇଁ ପୂର୍ବରୁ ତାଙ୍କ ଗାଲରେ ଥିବା କଳା ଜାଇକୁ ମଧ୍ୟ ହଟାଇ ଦେଇଥିଲେ।

ଏବେ ପୁଲିସ ଉଭୟ ନିଶୁ ଓ ଜାହ୍ନବୀଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଥିବା ଏସ୍‌ପି କହିଛନ୍ତି। ବାସ୍ତବରେ ଜାହ୍ନବୀ ଓରଫ ଅର୍ଚ୍ଚନା କାହିଁକି ସୈନ୍ୟଙ୍କ କଥା କହିଥିଲେ? ସେ କାହିଁକି ଶିକ୍ଷୟିତ୍ରୀଙ୍କ ଠାରୁ ପ୍ରତିଶୋଧ ନେବାକୁ ଚାହୁଁଥିଲେ? ନିଶୁକୁ ସେ କହିଥିବା କଥାରେ କେତେ ସତ୍ୟତା ରହିଛି, ତା’ର ଯାଞ୍ଚ ଚାଲିଥିବା ଏସ୍‌ପି କହିଛନ୍ତି। 

Uttar Pradesh Crime