Advertisment

ଘରେ ପଶି ଓକିଲଙ୍କୁ ଏସିଡ୍ ମାଡ଼

ପି. ରାମାରାଓଙ୍କ ମୁହଁ, ମୁଣ୍ଡ, ହାତ ଓ ଛାତିରେ ଏସିଡ୍ ପଡ଼ିଥିଲା।

author-image
Jitendra Garnayak
ଅଦ୍ୟତନ ହୋଇଛି
Acid Attack

Acid Attack

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଜଙ୍ଗମ ସାହିରେ ରହୁଥିବା ଆଇନଜୀବୀ ପି.ରାମାରାଓ (୬୦)ଙ୍କ ଉପରେ ହୋଇଛି ଏସିଡ୍‌ ମାଡ଼। ଚିକିତ୍ସା ପାଇଁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। 

Advertisment

ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରେ ଏସିଡ୍ ମାଡ଼ କରିଛନ୍ତି। ସେମାନେ ବାଇକରେ ଆସିଥିଲେ। ଜଣେ ଗାଡ଼ି ଷ୍ଟାର୍ଟରେ ରଖି ଘର ବାହାରେ ରହିଥିଲେ। ଅନ୍ୟ ଜଣେ ପି. ରାମାରାଓଙ୍କ ଘରକୁ ଆସିଥିଲେ। ସେ କଲିଂ ବେଲ୍ ମାରିଥିଲେ। ପି. ରାମାରାଓ କବାଟ ଖୋଲିଥିଲେ। ସେ କବାଟ ଖୋଲିବା ମାତ୍ରେ ଦୁର୍ବୃତ୍ତ ଜଣଙ୍କ ତାଙ୍କ ଉପରକୁ ଏସିଡ୍ ପକାଇଥିଲେ।

ପି. ରାମାରାଓଙ୍କ ମୁହଁ, ମୁଣ୍ଡ, ହାତ ଓ ଛାତିରେ ଏସିଡ୍ ପଡ଼ିଥିଲା। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Advertisment

ପାରଳାଖେମୁଣ୍ଡି ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ପାରଳାଖେମୁଣ୍ଡି ଥାନା ଅଧିକାରୀ କହିଛନ୍ତି ଯେ ବରିଷ୍ଠ ଆଇନଜୀବୀ ପି. ରାମାରାଓ ଘରେ ଏକା ରୁହନ୍ତି। ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ତାଙ୍କ ଉପରକୁ ଏସିଡ୍ ମାଡ଼ ହୋଇଛି। କିଏ ତାଙ୍କ ଉପରକୁ ଏସିଡ୍ ମାଡ଼ କଲା, ସେ ନେଇ ଏବେ ସେ କିଛି କହିପାରୁ ନାହାନ୍ତି। ସେହିପରି ଆଉ ଜଣେ ବ୍ୟକ୍ତି ଘର ବାହାରେ ବାଇକ୍ ଷ୍ଟାର୍ଟରେ ରଖି ଛିଡ଼ା ହୋଇଥିଲେ ବୋଲି ସେ କହିଛନ୍ତି। ତେବେ ଏନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ। ଏହି ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଛି।

Acid Attack