Advertisment

ପୀଡ଼ିତାଙ୍କ ଝିଅ ଉପରକୁ ଏସିଡ ମାଡ଼ କଲେ, ନିଜେ ବି ପିଇଦେଲେ ଦୁଷ୍କର୍ମ ଅଭିଯୁକ୍ତ

ଏକ ବଳାତ୍କାର ମାମଲା ଅଭିଯୁକ୍ତ ପ୍ରେମ ସିଂ ଦୀର୍ଘ ଦିନ ଜେଲ୍‌ରେ ରହିବା ପରେ ଗତକାଲି ସକାଳେ ଜାମିନରେ ମୁକୁଳିଥିଲେ।

author-image
Niharika Rout
Victim

Victim

ଥାନାରୁ ମାମଲା ପ୍ରତ୍ୟାହାର କରିବାରୁ ପୀଡ଼ିତାଙ୍କୁ ଧମକ ଦେଲେ ଦୁଷ୍କର୍ମ ଅଭିଯୁକ୍ତ । ମାତ୍ର ପୀଡ଼ିତା ଏହା ନ ଶୁଣିବାରୁ ଘଟାଇଲେ ସାଂଘାତିକ କାଣ୍ଡ । ନିଜ ପାଖରେ ରଖିଥିବା ଏସିଡକୁ ପୀଡ଼ିତାଙ୍କ ନାବାଳିକା ଝିଅ ଉପରେ ପକାଇବା ସହ ନିଜେ ମଧ୍ୟ ତାହାକୁ ପିଇଦେଲେ। ଏଥିରେ ନାବାଳିକାଜଣକ ସାମାନ୍ୟ ଆହତ ହୋଇଥିବା ବେଳେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏପରି ଏକ ସାଂଘାତିକ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ଅଭିଯୁକ୍ତଜଣକ ହେଉଛନ୍ତି ୫୪ ବର୍ଷୀୟ ପ୍ରେମ ସିଂ ।

Advertisment

ଏକ ବଳାତ୍କାର ମାମଲା ଅଭିଯୁକ୍ତ ପ୍ରେମ ସିଂ ଦୀର୍ଘ ଦିନ ଜେଲ୍‌ରେ ରହିବା ପରେ ଗତକାଲି ସକାଳେ ଜାମିନରେ ମୁକୁଳିଥିଲେ। ଏହାପରେ ସେ ଜେଲ୍‌ରୁ ସିଧା ପୀଡ଼ିତାଙ୍କ ଘରକୁ ଯାଇଥିଲେ। ସେଠାରେ ପହଞ୍ଚି ନିଜ ଉପରେ ଲଗାଇଥିବା ଦୁଷ୍କର୍ମ ଅଭିଯୋଗକୁ ପ୍ରତ୍ୟାହାର କରିବାକୁ ପୀଡ଼ିତାଙ୍କୁ ଧମକ ଦେଇଥିଲେ। ମାତ୍ର ପୀଡ଼ିତାଜଣକ ରୋକଠୋକ ଭାବେ ମାମଲା ଫେରାଇ ନେବାକୁ ମନା କରି ଦେଇଥିଲେ।

ଏଥିରେ ଉତ୍ତ୍ୟକ୍ତ ଅଭିଯୁକ୍ତ ପ୍ରେମ ସିଂ ନିଜ ସାଙ୍ଗରେ ନେଇଥିବା ଏସିଡକୁ ପୀଡ଼ିତାଙ୍କ ୧୭ ବର୍ଷୀୟା ନାବାଳିକା ଝିଅ ଉପରେ ପକାଇଥିଲେ। ଏହାପରେ ନିଜେ ମଧ୍ୟ ତାହାକୁ ପିଇ ଦେଇଥିଲେ।

Advertisment

ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରେମ ସିଂଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ପୀଡ଼ିତାଙ୍କ ଝିଅ ସାମାନ୍ୟ ପୋଡ଼ି ହୋଇ ଯାଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ଜଣାଯାଇଛି।

ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଜାମିନରେ ବାହାରି ପ୍ରେମ ସିଂ ଏପରି କାଣ୍ଡ ଘଟାଇଥିବା ପୁଲିସ୍‌ ତରଫରୁ ସୂଚନା ମିଳିଛି।

Delhi Acid Attack Rape Arrest