ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଗଡ଼ଗଁପୁର ଗାଁର ଲତାବିଲ ସାହିରେ ପାରିବାରିକ କଳହକୁ ନେଇ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏସିଡ୍ ମାଡ଼ର ଶିକାର ହୋଇଥିବା ବ୍ୟକ୍ତି ନାଁ ଭାଗିନ ନାୟକ (୪୦)।
ଗତକାଲି ରାତି ପ୍ରାୟ ୧୦ଟା ବେଳେ ଭାଗିନ ଘରେ ଥିବା ବେଳେ କେହି ତାଙ୍କ ଉପରେ ଏସିଡ୍ ପକାଇ ଫେରାର ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Also Read
ଭାଗିନ ତାଙ୍କ ଶ୍ୱଶୁର ଘର ଗାଁ ସୁରପ୍ରତାପପୁରରେ ପରିବାର ସହ ରହନ୍ତି। ଗତକାଲି ସେ ତାଙ୍କ ଗାଁକୁ ଆସିଥିବା ବେଳେ ଏହି ଘଟଣା ଘଟିଥିଲା। କିଏ ଓ କାହିଁକି ତାଙ୍କ ଉପରକୁ ଏସିଡ୍ ଫିଙ୍ଗିଲା, ତାହା ସ୍ପଷ୍ଟ ହୋଇପାରିନାହିଁ।
ଭାଗିନ ଆଶଙ୍କା କରୁଛନ୍ତି ଯେ ପାରିବାରିକ କଳହରୁ ତାଙ୍କ ଉପରେ ଏସିଡ୍ ମାଡ଼ କରାଯାଇଥାଇପାରେ। କାରଣ ଭାଇମାନଙ୍କ ସହିତ ତାଙ୍କ କଳହ ଲାଗି ରହିଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାଉରକେଲାରୁ ରାଞ୍ଚି ଯାଉଥିବା ବସ୍ରୁ ଗଞ୍ଜେଇ ଜବତ
ଆଜି ରାଉରକେଲାରୁ ରାଞ୍ଚି ଅଭିମୁଖେ ଯାଉଥିବା ‘ଅରନବ’ ନାମକ ଘରୋଇ ବସ୍। ସେହି ବସ୍କୁ ଝାଡ଼ଖଣ୍ଡ ପୁଲିସ୍ ବାଂଶଜୋର ପାଣ୍ଡି ଖମନଡାଣ୍ଡ ନିକଟରେ ଅଟକାଇ ଯାଞ୍ଚ କରିଥିଲା।
Crime
ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଗିରଫ
ଗତ ୩୦ ତାରିଖରେ ନାବାଳିକା ନିଜ ସମ୍ପର୍କୀ ଭାଇଙ୍କ ସହିତ ସମ୍ୱଲପୁର ଜିଲ୍ଲା ରଙ୍ଗବତୀ ବିଲୁଙ୍ଗ ଗାଁରେ ଆୟୋଜିତ ଯାତ୍ରା ଦେଖିବାକୁ ଯାଇଥିଲେ। ସେଠାରେ କିଛି ଯୁବକଙ୍କ ସହିତ ନାବାଳିକାଙ୍କ ଭାଇଙ୍କର କଥା କଟାକଟି ହୋଇଥିଲା।
Crime
ପାରିବାରିକ କଳହର ଉଗ୍ରରୂପ; ଛୁଆ ପରେ ଚାଲିଗଲା ମା’ର ଜୀବନ
ପୁଲିସ ମୃତ ମହିଳାଙ୍କ ସ୍ୱାମୀ ଶୁଭରଂଜନ ଲେଙ୍କାଙ୍କୁ ଅଟକ ରଖି ପଚରାଉଚରା କରୁଛି।
Crime
ଶ୍ରୀସେତୁ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ
ସୁଦର୍ଶନଙ୍କୁ କିଏ ହତ୍ୟା କରି ଫିଙ୍ଗିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
Crime
ରାଜଧାନୀରେ ଯୁବକଙ୍କୁ ଅପହରଣ ଓ ଆକ୍ରମଣ ଘଟଣା: ୨ ଅଟକ
ଗତକାଲି ଜମିବାଡ଼ି ବିବାଦକୁ ନେଇ ସନ୍ତୋଷ ପଣ୍ଡାଙ୍କୁ ସ୍କର୍ପିଓରେ ଉଠାଇ ନେଇଥିଲେ। ଗଣ୍ଡରପୁର ନଦୀପଠାରେ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ କିଛି ଯୁବକ।