Advertisment

ପୁଲିସ ଅଧିକାରୀ ତୁଲାଇଲେ ଭାଇର ଭୂମିକା; ଆତ୍ମହତ୍ୟା ଉଦ୍ୟମ କରୁଥିବା ଛାତ୍ରୀଙ୍କ ଜୀବନ ବଞ୍ଚାଇଲେ

ରାକ୍ଷୀ ପୂର୍ଣ୍ଣିମା ଦିନ ଟ୍ୟୁସନ ଯିବାକୁ ପିତା ତାଗିଦ କରିବା ସହ ପାଠପଢ଼ାରେ ମନ ଦେବାକୁ କହି ଝିଅକୁ ପାଟି କରିଥିଲେ। ଏଥିରେ ରାଗି ଯାଇ ନାବାଳିକାଜଣକ ନିଜ ବିଲ୍ଡିଂର ଚତୁର୍ଥ ମହଲାକୁ ଚଢ଼ି ଯାଇଥିଲେ।

ଅଦ୍ୟତନ ହୋଇଛି
suicide attempt

suicide attempt

Advertisment

‘ମୁଁ ତୁମ ଭାଇ। ତୁମର ସବୁ ସମସ୍ୟା ଶୁଣିବି, ତାହାର ସମାଧାନ ବି କରିବି। ତୁମେ କେବଳ ଥରେ ତଳକୁ ଚାଲି ଆସ । ଏହାପରେ ତୁମର ସବୁ ଅସୁବିଧାକୁ ମୁଁ ଦୂର କରିଦେବି।’ ବିଲ୍ଡିଂର ଚତୁର୍ଥ ମହଲାକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ନାବାଳିକାଙ୍କୁ ବୁଝାଶୁଝା କରି ତାଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ପୁଲିସ୍‌ ଅଧିକାରୀ। ଏପରି ଏକ ଘଟଣା ରାକ୍ଷୀ ପୂର୍ଣ୍ଣିମା ଦିନ ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି।

Advertisment

ଗାଜିଆବାଦର ଇନ୍ଦିରାପୁରମ ଥାନା ଅଞ୍ଚଳର ଜଣେ ଦଶମ ଛାତ୍ରୀ ଏପରି କାଣ୍ଡ ଘଟାଇଥିଲେ। ରାକ୍ଷୀ ପୂର୍ଣ୍ଣିମା ଦିନ ଟ୍ୟୁସନ ଯିବାକୁ ପିତା ତାଗିଦ କରିବା ସହ ପାଠପଢ଼ାରେ ମନ ଦେବାକୁ କହି ଝିଅକୁ ପାଟି କରିଥିଲେ। ଏଥିରେ ରାଗି ଯାଇ ନାବାଳିକାଜଣକ ନିଜ ବିଲ୍ଡିଂର ଚତୁର୍ଥ ମହଲାକୁ ଚଢ଼ି ଯାଇଥିଲେ। ଏହାପରେ ସେଠାରୁ ସେ ବଡ଼ ପାଟିରେ ଚିତ୍କାର କରି ଅସନ୍ତୋଷ ଝାଡ଼ିବା ସହ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ।

ଏହାପରେ ନାବାଳିକାଙ୍କ ପରିବାର ଲୋକ ଓ ସ୍ଥାନୀୟ ଲୋକ ରୁଣ୍ଡ ହୋଇ ତାଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ। ମାତ୍ର ନାବାଳିକାଜଣକ ବୁଝିବା ମୁଡରେ ନ ଥିଲେ। ଏହି ସମୟରେ ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ବି ପହଞ୍ଚିଥିଲା।

Advertisment

ଉକ୍ତ ଦିନ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଏସିପି ସ୍ୱତନ୍ତ୍ର କୁମାର ନାବାଳିକାଙ୍କୁ ଅତି ସ୍ନେହରେ ବୁଝାଇବାକୁ ଲାଗିଲେ। ଏପରିକି ଆଜି ରାକ୍ଷୀ, ମୁଁ ତୁମ ଭାଇ, ତଳକୁ ଚାଲି ଆସ, ମୋ’ ହାତରେ ରାକ୍ଷୀ ବାନ୍ଧିବ ବୋଲି କହିଥିଲେ। ଏଥିସହ କହିଥିଲେ ମୁଁ କଥା ଦେଉଛି, ତୁମର ସବୁ ସମସ୍ୟା ଶୁଣିବି, ତାହାର ସମାଧାନ କରିବି, ତୁମର କିଛି ବି ଅସୁବିଧା ହେବନି।

ଏହାପରେ ନାବାଳିକାଜଣକ ପୁଲିସ୍‌ ଅଧିକାରୀଙ୍କ ସମ୍ମୁଖରେ ନିଜ କ୍ଷୋଭ ପ୍ରକାଶ କରି ସବୁ କଥା କହିଥିଲେ। ଏହାପରେ ରାଗ ଶାନ୍ତ ହେବାରୁ ସେ ତଳକୁ ଆସିଥିଲେ।

ଉକ୍ତ ନାବାଳିକାଙ୍କ ମା’ଙ୍କର କିଛି ଦିନ ପୂର୍ବେ ମୃତ୍ୟୁ ହୋଇ ଯାଇଥିବା ଜଣାଯାଇଛି। ଏଥିଯୋଗୁ ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ବେଳେ ବାପାଙ୍କ ସାମାନ୍ୟ ଗାଳି ବି ସହି ନ ପାରି ଚରମ ପଦକ୍ଷେପ ଉଠାଇବାକୁ ପଦକ୍ଷେପ ନେଇଥିଲେ। ମାତ୍ର ପୁଲିସ୍ ଅଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ପିଲାଟିର ଜୀବନ ରକ୍ଷା ପାଇଥିବାରୁ ସମସ୍ତେ ପୁଲିସ୍‌କୁ ସାଧୁବାଦ ଜଣାଉଛନ୍ତି।

Uttar Pradesh Suicide Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe