Advertisment

ଅତିରିକ୍ତ ଯୋଗାଣ ଅଧିକାରୀ ଗିରଫ; ଠୁଳ କରିଥିଲେ ଆୟଠାରୁ ଅଧିକ ସମ୍ପତ୍ତି

ଗତକାଲି ଅତିରିକ୍ତ ଯୋଗାଣ ଅଧିକାରୀ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା।

ଅଦ୍ୟତନ ହୋଇଛି
Acso

Acso

Advertisment

ଭିଜିଲାନ୍ସ ସ୍କାନରରେ ସରକାରୀ ବାବୁ। ଜଣକ ପରେ ଜଣେ ବଡ଼ ଅଧିକାରୀଙ୍କ ଘରେ ରେଡ୍ ପରେ ବନ୍ଧାଯାଉଛନ୍ତି। ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ର ଆଜି ବନ୍ଧାଯାଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରାଯାଇଛି।

Advertisment

ଗତକାଲି ଅତିରିକ୍ତ ଯୋଗାଣ ଅଧିକାରୀ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଆଖି ଖୋସି ହେବା ପରି ସମ୍ପତ୍ତି ପାଇଥିଲା ଭିଜିଲାନ୍ସ। ଯାହାକୁ ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା। ହେଲେ ପ୍ରଦୀପ ଠୁଳ କରିଥିବା ସମ୍ପତ୍ତି ସଂପର୍କରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି।

ପ୍ରଦୀପ ଠୁଳ କରିଥିବା ସମ୍ପତ୍ତି-

ପ୍ରଦୀପଙ୍କର ଭୁବନେଶ୍ୱରର ଲିଙ୍ଗିପୁରରେ ଏକ ଦ୍ୱିମହଲା କୋଠା ଥିବା ବେଳେ କଟକ ମଧୁପାଟଣାରେ ଗୋଟିଏ କୋଠା ଏବଂ ଭୁବନେଶ୍ୱର ଓ କଟକରେ ୨ଟି ପ୍ଲଟ୍‌ ଠାବ କରାଯାଇଥିଲା। ଭୁବନେଶ୍ୱରର ଲିଙ୍ଗିପୁର ଓ କଟକର କଲ୍ୟାଣୀ ନଗରରେ ତାଙ୍କର ଗୋଟିଏ ଲେଖାଏଁ ଜମି ରହିଛି।

Advertisment

ଏହା ବ୍ୟତୀତ ପ୍ରଦୀପ ମହାପାତ୍ର ୨ କୋଟି ୮୬ ଲକ୍ଷ ୯ ହଜାର ୫୬୯ ଟଙ୍କା ଜମା ରଖିଥିବା ଜଣାପଡ଼ିଥିଲା। ସେଥିରୁ ୧ କୋଟି ୩୪ ଲକ୍ଷ ୫୦୫ ଟଙ୍କା ଡାକଘରେ ସଞ୍ଚୟ କରିଥିବା ବେଳେ ବ୍ୟାଙ୍କରେ ଜମା ରଖିଛନ୍ତି ୬୯ ଲକ୍ଷ ୯ ହଜାର ୬୯ ଟଙ୍କା। ମ୍ୟୁଚୁଆଲ ଫଣ୍ଡରେ ସେ ୮୩ ଲକ୍ଷ ଟଙ୍କା ନିବେଶ କରିଛନ୍ତି।

ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘରୁ ୮୫୦ ଗ୍ରାମ ସୁନା ଠାବ କରିଥିଲା ଭିଜିଲାନ୍ସ। ସେଥିରେ ୪ଟି ସୁନା ଇଟା ଥିବା ବେଳେ ଏକ ହୀରା ହାର ମଧ୍ୟ ତାଙ୍କ ଘରୁ ଜବତ କରାଯାଇଥିଲା। ଏହା ସହିତ ତାଙ୍କ ଘରୁ ନଗଦ ୧ ଲକ୍ଷ ୨୧ ହଜାର ୫୦୦ ଟଙ୍କା ଜବତ କରାଯାଇଥିଲା। ଅତିରିକ୍ତ ଯୋଗାଣ ଅଧିକାରୀ ଘରେ ଗୋଟିଏ ଚାରି ଚକିଆ ଗାଡି (ମାରୁତି ସ୍ୱିଫ୍ଟ) ଓ ୨ଟି ଦୁଇ ଚକିଆ ଗାଡ଼ି ରହିଛି।

Vigilance Raid Odisha Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe