Advertisment

ଜବରଦଖଲ ଉଚ୍ଛେଦ ବେଳେ ୧୬୩ ଧାରା ଜାରି, ପଇଁତରା ମାରୁଛି ଡ୍ରୋନ

ଡ୍ରେନ୍‌କୁ ଅବରୋଧ କରି ସେଠାରେ ସ୍ଥାୟୀ ନିର୍ମାଣ କରାଯାଇଥିଲା। ଦୋକାନ ଘର ସାଙ୍ଗକୁ ବହୁ ତଳ ପ୍ରସାଦ ବିଶିଷ୍ଟ ଘର ବି ନିର୍ମାଣ ହୋଇଥିଲା। ଉଚ୍ଛେଦ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି।

ଅଦ୍ୟତନ ହୋଇଛି
Evection

Evection

Advertisment

ସମ୍ବଲପୁର ଜିଲ୍ଲାର ସମ୍ବେଦନଶୀଳ ମୋତିଝରଣ ଅଞ୍ଚଳରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ଉଚ୍ଛେଦ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି। ଏଥିନିମନ୍ତେ ଘଟଣାସ୍ଥଳରେ ୧୬୩ ଧାରା ଜାରି କରାଯାଇଥିବା ବେଳେ ଡ୍ରୋନ୍‌ ଦ୍ୱାରା ଘଟଣା ଉପରେ ପୁଲିସ୍‌ ରଖିଛି କଡ଼ା ନଜର।

Advertisment

ସମ୍ବଲପୁରର ଧନୁପାଲି ଥାନା ଛକଠାରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଖୁବ୍‌ ବ୍ୟସ୍ତବହୁଳ ହୋଇଥିବା ବେଳେ ବହୁ ଲୋକ ସରକାରୀ ଜାଗା ମାଡ଼ି ବସିଥିଲେ। ଡ୍ରେନ୍‌କୁ ଅବରୋଧ କରି ସେଠାରେ ସ୍ଥାୟୀ ନିର୍ମାଣ କରାଯାଇଥିଲା। ଦୋକାନ ଘର ସାଙ୍ଗକୁ ବହୁ ତଳ ପ୍ରସାଦ ବିଶିଷ୍ଟ ଘର ବି ନିର୍ମାଣ ହୋଇଥିଲା। ଏଥିନିମନ୍ତେ ଯାତାୟତରେ ଅସୁବିଧା ହେଉଥିବା ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା।

ଗତ କିଛି ଦିନ ହେଲା ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ସକାଳେ ମୋତିଝରଣ ଅଞ୍ଚଳରେ ବ୍ୟାପକ ଫୋର୍ସ ପହଞ୍ଚିଥିଲେ। ଏହାପରେ ଧନୁପାଲି ଥାନା ଛକଠାରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍‌ କରି ଦିଆଯାଇଛି।

Advertisment

କୌଣସି ଅପ୍ରୀତିକର ଘଟଣା ଆଶଙ୍କାରେ ୧୬୩ ଧାରା ଜାରି କରାଯାଇଛି। ତେଣୁ ୪ ଜଣରୁ ଅଧିକ ଲୋକଙ୍କୁ ଗୋଟିଏ ଜାଗାରେ ଏକତ୍ରିତ ହେବାକୁ ମାଇକ ଯୋଗେ ମନା କରାଯାଉଛି।

ଏହାପରେ ଜେସିବି ସାହାଯ୍ୟରେ ଜବରଦଖଲ ଆରମ୍ଭ ହୋଇଥିବା ବେଳେ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଉଛି। ୩ଟି ଡ୍ରୋନ୍‌ କ୍ୟାମେରା ପଇଁତରା ମାରୁଥିବା ବେଳେ ଛାତ ଉପରେ ଜଗି ରହିଛନ୍ତି ପୁଲିସ୍‌ କର୍ମଚାରୀ।

କେବଳ ଏତିକି ନୁହେଁ, ଘଟଣାସ୍ଥଳରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଉପଜିଲ୍ଲାପାଳ, ଆଡିସନାଲ ଏସ୍‌ପି, ଏସଡିପିଓ, ସମ୍ବଲପୁର ମହାନଗର ନିଗମ କମିଶନର ପ୍ରମୁଖ ଉପସ୍ଥିତ ରହିଛନ୍ତି।

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe